ଧର୍ମାନୁଷ୍ଠାନରେ ଗୁଳିମାଡ଼, ୧୫ ପୋଲିସ କର୍ମଚାରୀ ନିହତ

ମସ୍କୋ: ଋଷିଆ ଦାଗେସ୍ତାନର ଏକ ଧର୍ମାନୁଷ୍ଠାନରେ ଆଖିବୁଜା ଗୁଳିମାଡ଼। ୫ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୧୫ ପୋଲିସ କର୍ମଚାରୀ ନିହତ ହୋଇଥିବା ସୂଚନା ରହିଛି। ଗୁଳିମାଡ଼ରେ ଆଉ ୧୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗୁଳିମାଡ଼ ସହ ଦୁର୍ବୃତ୍ତମାନେ ଧର୍ମାନୁଷ୍ଠାନରେ ନିଆଁ ଲଗାଇଛନ୍ତି। ପୋଲିସର ଜବାବୀ ହମଲାରେ ୫ ଦୁର୍ବୃତ୍ତଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ରୁଷିଆର ଦକ୍ଷିଣ ପ୍ରଦେଶ ଡେଜିସ୍ତାନରେ ଖ୍ରୀଷ୍ଟିଆନ ଏବଂ ଯିହୂଦୀମାନଙ୍କ ଧର୍ମସ୍ଥଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଦାଗେସ୍ତାନର ଗଭର୍ନର କହିଛନ୍ତି, ବନ୍ଧୁକଧାରୀଙ୍କ ଆକ୍ରମଣରେ ୧୫ରୁ ଅଧିକ ପୋଲିସ ଏବଂ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମଧ୍ୟ ରହିଛି।

ଆତଙ୍କବାଦୀମାନେ ଦୁଇଟି ଚର୍ଚ୍ଚ, ଏକ ଯିହୁଦୀ ମନ୍ଦିର ଏବଂ ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ସୋମବାର, ମଙ୍ଗଳବାର ଏବଂ ବୁଧବାର ଦିନ ଏହି ଅଞ୍ଚଳରେ ଶୋକ ଦିବସ ପାଳନ କରାଯିବ। ପୋଲିସ ଅଧିକାରୀମାନେ ଏହି ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ଏଥିରେ ପାଞ୍ଚ ଜଣ ଆକ୍ରମଣକାରୀଙ୍କୁ ନିହତ କରିଛି ପୋଲିସ।

Leave A Reply

Your email address will not be published.