ଭୁବନେଶ୍ବର: ବୃକ୍ଷ ରୋପଣରେ ସାରା ଦେଶରେ ୧ ନମ୍ବର ଓଡିଶା । ଏକ ପେଡ୍ ମା’ କେ ନାମରେ ଲାଗିଛି ମଧ୍ୟମରେ ଲାଗିଛି ୧ ଲକ୍ଷ ୪୫ ହଜାର ଗଛ । ଏହାକୁ ନେଇ ଗଛ ଲଗାଇବାରେ ଏକ ନମ୍ବର ସ୍ଥାନ ହାସଲ କରିଛି ଓଡିଶା । ଏନେଇ ଖୁସି ବ୍ୟକ୍ତ କରି ସୂଚନା ଦେଇଛନ୍ତି ମୋହନ ଚରଣ ମାଝୀ । ଏହା ସହିତ ୪୮ ହଜାର ଗଛ ଲଗାଇ କେରଳ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛି ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ଆହୁରି ୫ କୋଟି ଗଛ ଲାଗିବ । ୨.୨୦ କୋଟି ଗଛ ସରକାର ଲଗାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂଗଠନ ଜରିଆରେ ୨.୮୦ କୋଟି ଗଛ ଲଗାଯିବ । ଜାପାନରେ ଦେଖା ଯାଉଥିବା ଚେରୀ ବ୍ଲସମ୍ ଟ୍ରି ଦାରିଙ୍ଗବାଡ଼ିରେ ଲଗାଯିବ ।