ମୁମ୍ବାଇ: ପୁଅ ପାଇଁ ପଦବୀ ହରାଇଲେ ଶିବସେନା ନେତା। ୱର୍ଲି ‘ହିଟ୍ ଆଣ୍ଡ ରନ୍’ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ମଙ୍ଗଳବାର ଗିରଫ କରିଥିଲା ପୋଲିସ। ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର।ରାଜେଶ ଶାହ ପାଲଘରର ଉପନେତା ଥିଲେ।
ଶିବସେନା ସଚିବ ସଞ୍ଜୟ ମୋର ଏକ ନୋଟିସ୍ ଜାରି କରି ରାଜେଶ ଶାହଙ୍କୁ ଦଳର ଉପନେତା ପଦରୁ ବହିଷ୍କାର କରା ଯାଇଥିବା କହିଛନ୍ତି।ଆଗକୁ ସେ ଦଳର ସଦସ୍ୟ ଭାବେ କାର୍ଯ୍ୟ କରିବେ।
ଉଲ୍ଲେଖଯୋଗ୍ୟ, ମୃତକ ଓ ତାଙ୍କ ସ୍ବାମୀ ରବିବାର ସକାଳ ସମୟରେ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଇଥିଲା କାର। ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ମିହିର ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ। “ଯଦି ସେ ଅଟକିଥାନ୍ତେ ତାହେଲେ ମୋ ପତ୍ନୀ ଆଜି ଜୀବିତ ଥାନ୍ତେ” ବୋଲି କହିଛନ୍ତି ମୃତକଙ୍କ ସ୍ବାମୀ।