ଛାତ୍ରଙ୍କୁ କୋରିଆନ ଡ୍ରାମା ଦେଖିବା ମହଙ୍ଗା ପଡିଲା!

ପୋଙ୍ଗୟାଙ୍ଗ: କୋରିଆନ ଡ୍ରାମା ଦେଖିବା ମହଙ୍ଗା ପଡିଲା। ଦକ୍ଷିଣ କୋରିଆର ନ୍ୟୁଜ୍ ଏଜେନ୍ସି ଆଉଟଲେଟ୍ ଚୋସୁନ୍ ଟିଭି ଏବଂ କୋରିଆ ଜୋଙ୍ଗ ଆଙ୍ଗ୍ ଡେଲି ଅନୁଯାୟୀ ସାଉଥ କୋରିଆର ଡ୍ରାମା ଦେଖିବା କାରଣରୁ ଉତ୍ତରକୋରିଆରେ କିଛି ଛାତ୍ରଙ୍କ ଜୀବନ ଯାଇଛି।

ଉତ୍ତରକୋରିଆରେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ନିର୍ଦ୍ଦେଶରେ ୩୦ ଜଣ ସ୍କୁଲ ପିଲାଙ୍କୁ ସର୍ବସାଧାରଣରେ ଠିଆ କରାଇ ଗୁଳି କରାଯାଇଛି। ସେମାନେ ଦକ୍ଷିଣ କୋରିଆର ଡ୍ରାମା ଦେଖିବାରେ ଭୁଲ୍ କରିଥିଲେ। ତେବେ ଏନେଇ ଦକ୍ଷିଣ କୋରିଆର କୌଣସି ଅଧିକାରୀ ପ୍ରତିକ୍ରିୟା ଦେଇନାହାନ୍ତି।

ତେବେ ଉତ୍ତର କୋରିଆ ଏହାର ନାଗରିକମାନଙ୍କୁ ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନର ଗଣମାଧ୍ୟମ ଶୁଣିବାକୁ ବାରଣ କରିଛି।
ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଘୋର ଶତ୍ରୁତା ରହିଛି ଏବଂ ଯୁଦ୍ଧ ପରି ପରିସ୍ଥିତି ସବୁବେଳେ ଜାରି ରହିଛି।

Leave A Reply

Your email address will not be published.