ଇନଷ୍ଟାଗ୍ରାମ, ଟିକଟକ, ହ୍ୱାଟ୍ସଆପ୍ ଓ ୟୁଟ୍ୟୁବ୍ ଉପରେ ପ୍ରତିବନ୍ଧକ ଲଗାଇଲା ବାଂଲାଦେଶ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ, ଟିକଟକ , ହ୍ୱାଟ୍ସ ଆପ୍, ଟେଲିଗ୍ରାମ ଓ ୟୁଟ୍ୟୁବ୍ ଉପରେ ବାଂଲାଦେଶ ସରକାରଙ୍କ ନିଷିଦ୍ଧ ଘୋଷଣା କରିଛନ୍ତି।

ଅଗଷ୍ଟ ୨ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ସରକାର ଦେଶବ୍ୟାପୀ ପ୍ରତିବନ୍ଧକ ଲଗାଇଥିଲେ।

ଗ୍ଲୋବାଲ୍ ଆଇଜ୍ ନ୍ୟୁଜ୍ ଅନୁଯାୟୀ, ବାଂଲାଦେଶ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଦେଶରେ ବ୍ୟାନ କରିଛି। ଜୁଲାଇ ମାସରେ ଦେଶରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ସମସ୍ତ ମେଟା ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଜୁଲାଇ ୩୧ରେ କର୍ଫ୍ୟୁ ଉପରୁ ପ୍ରତିବନ୍ଧକ କୋହଳ ପରେ ସରକାର ଫେସବୁକ, ଟିକଟକ ଏବଂ ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅନବ୍ଲକ କରାଯାଇଥିଲା।

ତେବେ ଦିନକ ପୂର୍ବରୁ ତୁର୍କୀ ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଯାହା ପରେ ବାଂଲାଦେଶ ଏଭଳି ଘୋଷଣା କରିଥିବା ଜଣାପଡିଛି।

Leave A Reply

Your email address will not be published.