ଥରିଲା ଜାପାନ, ୨ ମିନିଟରେ ୨ଥର ଶକ୍ତିଶାଳୀ ଭୂକମ୍ପ

ନୂଆଦିଲ୍ଲୀ: ୨ ମିନିଟରେ ୨ ଥର ଥରିଲା ଜାପାନ l ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରେକର୍ଡ କରାଯାଇଛି। ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶୁ ଦ୍ୱୀପ ଓ ଶିକୋକୁରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପରେ ଏଯାବତ କୌଣସି ଧାନ ଜୀବନ ନଷ୍ଟ ହୋଇଥିବା ନେଇ କୌଣସି ସୂଚନା ମିଳିନଥିବା ବେଳେ ଦୁଇ ଦୁଇଟି ଭୂମିକମ୍ପ ଝଟ୍‌କା ପରେ ଜାପାନରେ ସୁନାମୀ ଆଲର୍ଟ ଜାରି କରାଯାଇଛି।

ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ଜାପାନର ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶୁ ଦ୍ୱୀପ ଓ ଶିକୋକୁରେ ଗୋଟିଏ ପରେ ଗୋଟିଏ ଲଗାତାର ଦୁଇ ଥର ବଡ଼ ଭୂମିକମ୍ପ ଘଟିଛି। ପ୍ରଥମ ଭୂମିକମ୍ପର ତୀବ୍ରତା ୬.୯ ଥିବା ବେଳେ ଏହାର କିଛି ସେକେଣ୍ଡର ଅନ୍ତରାଳରେ ୭.୧ ତୀବ୍ରତର ଆଉ ଏକ ଭୂମିକମ୍ପ ହୋଇଥିଲା। ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳ ମିୟଜାକି, କୋଚୀ, ଇହିମେ, କାଗୋଶିମା ଏବଂ ଆଇତାରେ ସୁନାମୀକୁ ନେଇ ଆଲର୍ଟ ଜାରି କରାଯାଇଛି।

Leave A Reply

Your email address will not be published.