ଏଣିକି ୨୦ କିମି. ଯାଏଁ ଏସବୁ ଗାଡି ପାଇଁ ଟୋଲ୍ ଫ୍ରି

ନୂଆଦିଲ୍ଲୀ: ଯଦି ଆପଣ ପ୍ରତିଦିନ ଆପଣଙ୍କ ଗାଡିରେ ୨୦ କିଲୋମିଟର କିମ୍ବା ତା’ଠାରୁ କମ୍ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର।

ରାଜପଥ ଏବଂ ଏକ୍ସପ୍ରେସୱେରେ କାର ଯୋଗେ ଯାତ୍ରା କରୁଥିବା ଲୋକମାନେ ଏଥିରୁ ଉପକୃତ ହେବାକୁ ଯାଉଛନ୍ତି। ଏହି ରାସ୍ତାରେ ଡ୍ରାଇଭରମାନଙ୍କୁ ୨୦ କିଲୋମିଟର ପର୍ଯ୍ୟନ୍ତ ଟୋଲ ଟ୍ୟାକ୍ସ ଦେବାକୁ ପଡିବ ନାହିଁ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସେପ୍ଟେମ୍ବର ୧୦ରେ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ନ୍ୟାସନାଲ ପରମିଟ୍ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ଗାଡି ଜାତୀୟ ରାଜପଥ, ସ୍ଥାୟୀ ବ୍ରିଜ୍, ବାଇପାସ୍ କିମ୍ବା ଟନେଲର ମାର୍ଗ ବ୍ୟବହାର କରୁଛନ୍ତି ତେବେ ସେହି ଗୋଟିଏ ଦିନରେ ୨୦ କିଲୋମିଟର ଯାତ୍ରା ପର୍ଯ୍ୟନ୍ତ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। କିନ୍ତୁ ଉକ୍ତ ଯାନରେ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଲାଗିଥିବା ଉଚିତ୍।

Leave A Reply

Your email address will not be published.