୫୨ତମ ଅନ୍ତର୍ଜାତୀୟ ‘ଏମି ଆୱାର୍ଡ ଶୋ ୨୦୨୪’: ପ୍ରଥମ ଭାରତୀୟ ଭାବେ ଶୋ’ ହୋଷ୍ଟ କରିବେ ବୀର ଦାସ

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବେ ଏମି ଆୱାର୍ଡ ଶୋ ହୋଷ୍ଟ କରିବାକୁ ଯାଉଛନ୍ତି ବୀର ଦାସ। ଖୁବଶୀଘ୍ର ହେବାକୁ ଯାଉଛି ୫୨ତମ ଅନ୍ତର୍ଜାତୀୟ ‘ଏମି ଆୱାର୍ଡ ଶୋ ୨୦୨୪’। ନଭେମ୍ୱର ୨୫ରେ ଏହି ଶୋ’ ନ୍ୟୁର୍କ ସିଟିରେ ଆୟୋଜିତ ହେବାକୁ ଯାଉଛି । ଏହି ଶୋ’ରେ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ତଥା ଅଭିନେତା ବୀର ଦାସ ଏମି ପୁରସ୍କାର ହୋଷ୍ଟ କରିବେ ବୋଲି ଜଣାପଡିଛି।

ପ୍ରଥମ ଭାରତୀୟ ଭାବେ ଏହି ଅନ୍ତର୍ଜାତୀୟ ଶୋ’ ହୋଷ୍ଟ କରିବାକୁ ଯାଉଛନ୍ତି ବୀର ଦାସ। ବୀର ଦାସଙ୍କୁ ଅନ୍ତର୍ଜାତୀୟ ଏକାଡେମୀ ଅଫ୍ ଟେଲିଭିଜନ ଆର୍ଟ ଆଣ୍ଡ ସାଇନ୍ସ ୨୦୨୪ ଏମି ପୁରସ୍କାରର ହୋଷ୍ଟ ଭାବରେ ନାମିତ କରାଯାଇଛି। ଏହି ଘୋଷଣା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତା ଖୁସି ବ୍ୟକ୍ତ କରିଛନ୍ତି। ଏହି ବଡ ସଫଳତା ପାଇଁ ବୀର ଦାସ ଏମିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଇନଷ୍ଟାଗ୍ରାମରେ ସେ ଏମିଙ୍କର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏମି ଆୱାର୍ଡ ଶୋ’ ପାଇଁ ୨୦୨୧ରେ କମେଡି ବର୍ଗରେ ମନୋନୀତ ହୋଇଥିଲେ ବୀର। ପରେ ୨୦୨୩ରେ ନ୍ୟୁୟର୍କରେ ଆୟୋଜିତ ହୋଇଥିବା ୫୧ତମ ଅନ୍ତର୍ଜାତୀୟ ଏମି ଆୱାର୍ଡ ସମାରୋହରେ ବୀର ଦାସଙ୍କ କମେଡି ସ୍ପେଶାଲ୍ ‘ବୀର ଦାସ: ଲ୍ୟାଣ୍ଡିଂ’ ମନୋନୀତ ହୋଇଥିଲା। ଯେଉଁଥିରେ ‘ବୀର ଦାସ ଲ୍ୟାଣ୍ଡିଂ’ ପାଇଁ ବୀର ଦାସଙ୍କୁ ଶ୍ରେଷ୍ଠ କମେଡି ଆୱାର୍ଡ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ବୀର ଏହି ଶୋ’ ହୋଷ୍ଟ କରିବେ।

Leave A Reply

Your email address will not be published.