ରିଲିଜ୍ ପୂର୍ବରୁ ‘ଭୁଲ୍‌ ଭୁଲେୟା-୩’ର କଲେକ୍ସନ୍‌ ହେଲାଣି ଏତିକି କୋଟି !

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଧୁମ୍ ମଚେଇଥିବା ଲୋକପ୍ରିୟ ଫିଲ୍ମ ‘ଭୂଲ ଭୂଲୈୟା ଫ୍ରାଞ୍ଚାଇଜ’ର ପାର୍ଟ-୨ ରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ନିଜ କାମର ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଲୋକମାନେ ତାଙ୍କ ଫିଲ୍ମରେ ଅଭିନୟକୁ ବହୁତ ପସନ୍ଦ କରିଥିଲେ। ପ୍ରଶଂସକଙ୍କ ଏହି ଭଲପାଇବାକୁ ଦେଖି ଫିଲ୍ମର ନିର୍ମାତା ୨୦୨୩ ମସିହାରେ ଫିଲ୍ମର ତୃତୀୟ ଭାଗର ଘୋଷଣା କରିଥିଲେ । ନିର୍ମାତା ଏହି ଫିଲ୍ମ ଘୋଷଣା କରିବା ଦିନଠାରୁ, ପ୍ରଶଂସକମାନେ ଏହି ଫିଲ୍ମ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଥିଲେ। ନିକଟରେ ଫିଲ୍ମର ଟିଜର୍‌ ରିଲିଜ୍‌ ହେବା ପରେ ଫ୍ୟାନ୍‌ଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି। ଟିଜର୍‌କୁ ଦର୍ଶକୀୟ ଆଦୃତି ମିଳିଛି।

ଦୀପାବଳିରେ ରିଲିଜ୍‌ ହେବାକୁ ଯାଉଥିବା ‘ଭୂଲ୍‌ ଭୁଲୈୟା-୩’ର ବଡ଼ କଲେକ୍ସନ୍‌ ଏବେଠୁ ହେଲାଣି। ନିର୍ଦ୍ଦେଶକ ଅନୀସ ବଜ୍‌ମୀଙ୍କୁ ଅଣ-ଥିଏଟର ଡିଲ୍‌ ମିଳିଛି। ଫିଲ୍ମର ଡିଜିଟାଲ, ସାଟେଲାଇଟ୍‌ ଓ ମ୍ୟୁଜିକ୍‌ ରାଇଟ୍ସ ପାଇଁ ନିର୍ମାତା ୧୩୫ କୋଟି ଟଙ୍କାର ଡିଲ୍‌ କରିଛନ୍ତି। ଏହି ଡିଲ୍‌ ସହିତ ଫିଲ୍ମଟି ବଜେଟ୍‌ର ବଡ଼ ଅଂଶ ହାସଲ କରିସାରିଛି। ଫିଲ୍ମଟି ୧୫୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ହରର୍‌-କମେଡି ଫିଲ୍ମକୁ ଦର୍ଶକ ଖୁବ୍‌ ଭଲପାଇବା ଦେଇଛନ୍ତି। ଫିଲ୍ମରେ ରାଇଜିଂ ଷ୍ଟାର୍‌ କାର୍ତ୍ତିକ ଆର‌୍ୟନ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ।

ମୂଳ ଫିଲ୍ମରେ ମନୋରଞ୍ଜନର ଭରପୂର ଖୋରାକ ଦେଇଥିବା ବିଦ୍ୟା ବାଲନଙ୍କୁ ଏଥିରେ ପୁଣି ଥରେ ଦେଖିବାକୁ ମିଳିବ। ଅଭିନେତ୍ରୀ ତୃପ୍ତି ଡିମରୀ ଓ ମାଧୁରୀ ଦୀକ୍ଷିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ‘ଭୂଲ୍‌ ଭୁଲୈୟା-୩’ ସହିତ ଅଜୟ ଦେବଗନଙ୍କ ‘ସିଂଘମ୍‌ ଏଗେନ୍‌’ ମଧ୍ୟ ମୁକ୍ତିଲାଭ କରିବ।

Leave A Reply

Your email address will not be published.