ନୂଆଦିଲ୍ଲୀ: ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ଫେବୃୟାରୀ ୫ରେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ମହା ଅବସରରେ ସାମିଲ ହେବେ।
ଆସନ୍ତା ଫେବୃଆରୀ ୫ରେ ମହାକୁମ୍ଭରେ ସାମିଲ ହୋଇ ଅମୃତ ସ୍ନାନ କରିବେ ମୋଦି। ତେବେ ଏହା ପୂର୍ବରୁ ୨୭ ଜାନୁଆରୀ ରେ ମହାକୁଂଭ ଯିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଏହାବ୍ୟତୀତ ଉପରାଷ୍ଟ୍ରପତି ଜଗଦିପ ଧନଖଡ୍ ୧ ଫେବୃୟାରୀ ଏବଂ ୧୦ ଫେବୃୟାରୀରେ ମହାକୁମ୍ଭରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ତେବେ ଏବେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଦୀର୍ଘ ୧୪୪ ବର୍ଷ ପରେ ମହାକୁଂଭ ମେଳା ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ପୂର୍ଣ୍ୟର ବୁଡ଼ ପକାଇବା ପାଇଁ କୋଟି କୋଟି ଲୋକ ସଙ୍ଗମ ସ୍ଥଳରେ ପହଞ୍ଚୁଛନ୍ତି। ସାଧୁସନ୍ଥଙ୍କ ସହ ଦେଶର କୋଣ କୋଣରୁ ଛୁଟିଛି ସୁଅ।ଏହାରି ଭିତରେ ମହାକୁଂଭ ଆରମ୍ଭ ହେବାର ୯ ଦିନ ବିତି ଗଲାଣି। ଏବେ ପର୍ଯ୍ୟନ୍ତ ପାଖାପାଖି ୯ କୋଟି ଲୋକ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସାରିଲେଣି। ୧୩ ଜାନୁଆରୀରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଆସନ୍ତା ଫେବୃଆରୀ ୨୬ ଯାଏଁ ଚାଲିବ। ଏହା ମଧ୍ୟରେ ମୋଟ ୬ଟି ସ୍ନାନ ଅବସର ରହିଛି, ଯାହା ମଧ୍ୟରୁ ୩ଟି ଅମୃତ ସ୍ନାନ। ୩ ଅମୃତ ସ୍ନାନ ମଧ୍ୟରୁ ଗୋଟେ ସ୍ନାନ ସରିଛି।