କାହିଁକି ଅଲଗା ହେଲେ ହ୍ରିତିକ ଓ ସୁଜେନ, ଏଭଳି କହିଲେ ବାପା ରାକେଶ

ମୁମ୍ବାଇ: ଦୀର୍ଘ ଦିନ ପରେ ହ୍ରିତିକ ରୋଶନଙ୍କ ପିତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ପୁଅ ଓ ବୋହୂଙ୍କ ଛାଡପତ୍ର ସମ୍ପର୍କରେ ମୁହଁ ଖୋଲିଛନ୍ତି।

ୟୁଟ୍ୟୁବ୍ ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବା ସମୟରେ ରାକେଶ ରୋଶନ କହିଛନ୍ତି ଯେ ‘ହ୍ରିତିକ ଏବଂ ସୁଜ୍ଜେନଙ୍କ ମଧ୍ୟରେ ଯାହା ଘଟିଥିଲା ତାହା ସେମାନଙ୍କର ବ୍ୟକ୍ତିଗତ ମାମଲା। ସେମାନେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଏବଂ ଯଦି ସେମାନଙ୍କ ମଧ୍ଯରେ କୌଣସି ଭୁଲ ବୁଝାମଣା ଥିଲା ତେବେ ସେମାନେ ତାହାର ସମାଧାନ କରିବାର ଥିଲା। ସେ ଏ ଘରକୁ ବିବାହ କରି ଆସିଥିଲେ ଏବଂ ଆଉ ଆଜି ବି ସେ ଆମ ପରିବାରର ସଦସ୍ଯ ଅଟନ୍ତି।

Leave A Reply

Your email address will not be published.