ମହାକୁମ୍ଭରେ ଆକାଶ ମାର୍ଗରୁ ଫୁଲ ବର୍ଷା, ଦେଖନ୍ତୁ ଭିଡିଓ…

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ର ଅନ୍ତିମ ଅମୃତ ସ୍ନାନ ତଥା ବସନ୍ତ ପଞ୍ଚମୀ ଅବସରରେ ସଙ୍ଗମ କୂଳରେ ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା।

ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଥିଲା। ଆଖଡ଼ାମାନେ ସେମାନଙ୍କର ଅମୃତ ସ୍ନାନ ଜାରି ରଖିଥିବା ସମୟରେ ସକାଳ ୬ଟା ୩୦ମି.ରୁ ପୁଷ୍ପବୃଷ୍ଟି ଆରମ୍ଭ ହୋଇଥିଲା। ଗୋଲାପ ପାଖୁଡ଼ାର ବର୍ଷା ଦେଖି ସଙ୍ଗମ କୂଳରେ ଉପସ୍ଥିତ ନାଗା ସନ୍ୟାସୀ, ସନ୍ଥ ଏବଂ ଭକ୍ତମାନେ ଅଭିଭୂତ ହୋଇ ଜୟ ଶ୍ରୀ ରାମ ଏବଂ ହର ହର ମହାଦେବ ଉଚ୍ଚାରଣ କରିଥିଲେ।

Leave A Reply

Your email address will not be published.