କେନ୍ଦ୍ର ସରକାରଙ୍କ ନିଷ୍ପତି, ବନ୍ଦ ହେବ ଚାଟଜିପିଟି, ଡିପସିକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ବନ୍ଦ ହେବ ଚାଟଜିପିଟି ଓ ଡିପସିକ୍‌ । ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଗୋପନୀୟତା ନଷ୍ଟ ହେଉଥିବା ଅଭିଯୋଗରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଚାଟଜିପିଟି ଓ ଡିପସିକ୍‌ ବ୍ୟବହାର କରି କେନ୍ଦ୍ର କର୍ମଚାରୀମାନେ ସହଜରେ କାମ କରୁଛନ୍ତି । କିନ୍ତୁ ଏସବୁର ଫାଇଦା ଉଠାଉଛନ୍ତି ସାଇବର ଠକ।

ଯେପରି କେନ୍ଦ୍ରୀୟ କର୍ମଚାରୀ ଏହାର ବ୍ୟବହାର ନକରିବେ ସେନେଇ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ।  ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି ଯେ ଯେଉଁମାନେ ଏହି ଟୁଲ ବ୍ୟବହାର କରୁଛନ୍ତି ସେମାନେ ଅଫିସର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଆପ୍‌ରେ ଦାଖଲ କରୁଛନ୍ତି । ତେଣୁ ଏହା ଲିକ୍‌ ହେଉଛି । ଯାହା କି ଅପରାଧ । ତେଣୁ ଏହି ଟୁଲ୍‌ର ବ୍ୟବହାର କରିବା ଉପରେ ରୋକ ଲଗାଇଛି ମନ୍ତ୍ରଣାଳୟ ।

ତେବେ ଚାହିଁଲେ ଏହି ଟୁଲ ବ୍ୟକ୍ତିଗତ ଲାପଟପ୍‌ରେ ବ୍ୟବହାର କରିପାରିବେ କିନ୍ତୁ ଅଫିସ କମ୍ପ୍ୟୁଟରରେ ନୁହେଁ ବୋଲି କହିଛି ମନ୍ତ୍ରଣାଳୟ ।

Leave A Reply

Your email address will not be published.