‘କନ୍ନପ୍ପା’ରେ ପ୍ରଭାସଙ୍କ ରୁଦ୍ର ଅବତାର…

ଚେନ୍ନାଇ: ରୁଦ୍ର ଅବତାରରେ ସାଉଥ ଅଭିନେତା ପ୍ରଭାସ। ଦର୍ଶକଙ୍କୁ ତାଙ୍କ ଲୁକ୍ ମଧ୍ଯ ଖୁବ୍ ପସନ୍ଦ ଆସିଛି।

ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘କନ୍ନପ୍ପା’ ଫିଲ୍ମର ଏକ ଫଟୋ ସେୟାର କରିଛନ୍ତି ସେ। ଯେଉଁଥିରେ ସେ ରୁଦ୍ର ଭୂମିକାରେ ନଜର ଆସିଛନ୍ତି। ଏଥିରେ ତାଙ୍କର ଲୁକ୍ ବହୁତ ଭିନ୍ନ ଦେଖାଯାଉଛି। ଏଥିସହିତ ସେ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି – ‘ମୋ ଚରିତ୍ର ହେଉଛି ରୁଦ୍ର। ଯାହା ଫିଲ୍ମ ‘କନ୍ନପ୍ପା’ରେ ଶକ୍ତି ଏବଂ ଜ୍ଞାନର ପ୍ରତିମୂର୍ତ୍ତି।’ ଏହି ଚଳଚ୍ଚିତ୍ରଟି ଭକ୍ତି, ତ୍ୟାଗ ଏବଂ ପ୍ରେମର ଏକ ଅନନ୍ୟ ଯାତ୍ରା। ଏହା ୨୫ ଏପ୍ରିଲ ୨୦୨୫ରେ ବଡ଼ ପରଦାରେ ମୁକ୍ତିଲାଭ କରିବ।’

ପ୍ରଭାସଙ୍କ ରୁଦ୍ର ଲୁକ୍ ପ୍ରଶଂସକମାନଙ୍କୁ ଖୁବ୍ ପସନ୍ଦ ଆସିଛି।

ତେବେ ‘କନ୍ନପ୍ପା’ ଫିଲ୍ମର କାହାଣୀ ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୁକେଶ କୁମାର ସିଂହ। ବିଷ୍ଣୁ ମାଞ୍ଚୁ ଭଗବାନ ଶିବଙ୍କ ଜଣେ ମହାନ ଭକ୍ତ କନ୍ନପ୍ପା ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ବିଷ୍ଣୁ ମାଞ୍ଚୁ ଏବଂ ପ୍ରଭାସଙ୍କ ବ୍ୟତୀତ ମୋହନଲାଲ, ଶିବରାଜ କୁମାର, ନୟନତାରା, ତମନ୍ନା ଭାଟିଆ, କାଜଲ ଅଗ୍ରୱାଲ, ଆର ଶରତକୁମାର ଏବଂ ବ୍ରହ୍ମାନନ୍ଦମ ପ୍ରମୁଖ ପ୍ରମୁଖ ଚରିତ୍ରରେ ନଜର ଆସିବେ।

Leave A Reply

Your email address will not be published.