ୟୁସିସି ଲାଗୁ ହେବା ପରେ ପଞ୍ଜୀକୃତ ହେଲେ ପ୍ରଥମ ଲିଭ-ଇନ୍ ଦମ୍ପତି

ଡେରାଡୁନ: ଜାନୁଆରୀ ୨୭ ତାରିଖରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ କରିବାର ନଅ ଦିନ ପରେ, ପ୍ରଥମ ଲିଭ-ଇନ୍ ଦମ୍ପତି ନୂତନ ଆଇନ ଅନୁଯାୟୀ ସଫଳତାର ସହ ପଞ୍ଜୀକରଣ କରିଛନ୍ତି। ଯେତେବେଳେ କି ସରକାରୀ ୱେବସାଇଟ୍ ଅନୁଯାୟୀ ଅନ୍ୟ ଦୁଇଟି ଆବେଦନ ବର୍ତ୍ତମାନ ସମୀକ୍ଷାାଧୀନ ରହିଛି। ମଙ୍ଗଳବାର ଡେରାଡୁନସ୍ଥିତ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ନୂଆ ଆଇନ ଅନୁସାରେ ସେମାନଙ୍କ ନାଁ ପଞ୍ଜୀକୃତ ହୋଇଛି।

ଡେରାଡୁନର UCC ପାଇଁ ନୋଡାଲ୍ ଅଧିକାରୀ ଅଭିନବ ଶାହ ଏହି ବିକାଶକୁ ନିଶ୍ଚିତ କରି କହିଛନ୍ତି, “ଆବେଦନ ଦାଖଲ କରାଯାଇଛି ଏବଂ ରେଜିଷ୍ଟ୍ରାରମାନଙ୍କ ଦ୍ୱାରା ସମୀକ୍ଷା କରାଯିବ। ସବ-ରେଜିଷ୍ଟ୍ରାର ଏବଂ ରେଜିଷ୍ଟ୍ରାରଙ୍କ କର୍ତ୍ତବ୍ୟ ପାଇଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଅଛି ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।”

Leave A Reply

Your email address will not be published.