ନୂଆ ସଂସଦ ଭବନ ଉଦ୍‌ଘାଟନୀକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ନୀତୀଶ କହିଲେ, ଦେଶର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରିବା ଉଚିତ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ମେ ୨୮ ରେ ନୂତନ ସଂସଦ ଭବନର ଉଦଘାଟନ କରିବେ। ଏ ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି। ଖବରଦାତାଙ୍କ ସହ କଥାବାର୍ତ୍ତା କରି ନୀତୀଶ କୁମାର କହିଛନ୍ତି, ଦେଶ ପାଖରେ ପ୍ରଥମେ ସଂସଦ ଭବନ ଅଛି। ଏଭଳି ପରିସ୍ଥିତିରେ ନୂତନ ସଂସଦ ଭବନ ନିର୍ମାଣ କରିବାର ଆବଶ୍ୟକତା ନାହିଁ। ଏପରିକି ଯେତେବେଳେ ଏହି କୋଠା ନିର୍ମାଣ ଆରମ୍ଭ ହେଲା, ସେତେବେଳେ ମୋତେ ଠିକ୍‌ ଲାଗି ନ ଥିଲା। କାରଣ ଦେଶରେ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଅଛି। ସଂସଦ ଗୃହ ନିର୍ମାଣ ପରିବର୍ତ୍ତେ ସରକାର ଦେଶର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରିବା ଉଚିତ୍‌।

Leave A Reply

Your email address will not be published.