ନୂଆଦିଲ୍ଲୀ: ସଙ୍ଗୀତ ଜଗତର ଲୋକପ୍ରିୟ ଗାୟକ ଜଷ୍ଟିନ୍ ବିବର, ଯାହାଙ୍କ ସଙ୍ଗୀତ ସାରା ବିଶ୍ୱକୁ କିମିଆ କରିଛି। ହେଲେ ତାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ଉଠିଥିବା ଚର୍ଚ୍ଚା ହେଉଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜଷ୍ଟିନ୍ ଏବଂ ତାଙ୍କ ପତ୍ନୀ ହେଲି ବାଲ୍ଡୱିନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ଫଳରେ ଉଭୟ ଛାଡପତ୍ର ନେବାକୁ ବିଚାର କରୁଛନ୍ତି।
ଜଷ୍ଟିନ୍ ଏବଂ ହେଲି ୭ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ ମସିହାରେ ବିବାହ କରିଥିଲେ। ପ୍ରାୟ ୬ ମାସ ପୂର୍ବେ ହେଲି ପୁଅ ଜ୍ୟାକ୍ ବ୍ଲୁସ୍ ବିବରଙ୍କୁ ଜନ୍ମ ଦେଇଥିଲେ। କିନ୍ତ ପୁଅ ଜନ୍ମ ହେବା ପରେ ଉଭୟଙ୍କ ସମ୍ପର୍କରେ ଫାଟ ଦେଖାଦେଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦିଓ ଏସମ୍ପର୍କରେ ଜଷ୍ଟିନ୍ କିମ୍ବା ହେଲିଙ୍କ ପକ୍ଷରୁ ଆଧିକାରିକ ଭାବେ କୌଣସି ବୟାନ ଆସିନାହିଁ।
ଅପରପକ୍ଷରେ ଯଦି ଜଷ୍ଟିନ୍ ଏବଂ ହେଲି ଛାଡପତ୍ର ନିଅନ୍ତି। ତେବେ ଜଷ୍ଟିନଙ୍କୁ ଖୁବ୍ ମହଙ୍ଗା ପଡିପାରେ। ରିପୋର୍ଟ ଅନୁଯାୟୀ, ଛାଡପତ୍ର ପରେ ହେଲି ଜଷ୍ଟିନଙ୍କଠାରୁ ୩୦୦ ମିଲିୟନ ଡଲାର (ପ୍ରାୟ ୨୬୨୭ କୋଟି ଟଙ୍କା) ଭରଣପୋଷଣ ଦାବି କରିପାରନ୍ତି।