ଜନଶୁଣାଣି ଅଭିଯୋଗର ତୁରନ୍ତ ସମାଧାନ କର, ନଚେତ୍ ହେବ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ବର: ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନଶୁଣାଣିରେ ଲୋକମାନେ ଆଣୁଥିବା ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ପୂର୍ବରୁ ଯେଉଁ ଲୋକମାନେ ସମସ୍ୟା ନେଇ ଆସୁଥିଲେ ସେମାନେ ପୁଣି ସମାନ ସମସ୍ୟା ନେଇ ଆସୁଥିବାରୁ ସେମାନଙ୍କ ସମସ୍ୟାର ସମାଧାନ ଯେପରି ଥରକରେ ହୋଇପାରିବ, ତାହା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ବା ସିଏମଓ ପକ୍ଷରୁ ଚିଠି ଜାରି ହୋଇଛି । ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି, ପୋଲିସ ଡିଜି, ପୋଲିସ କମିଶନର ସମସ୍ତଙ୍କୁ ସିଏମଓ ପକ୍ଷରୁ ଚିଠି ଜାରି ହୋଇଛି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣୁଛନ୍ତି ଏବଂ ସେହି ସମୟରେ ହିଁ ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୯ଥର ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଜନତା ତାଙ୍କ ଅଭିଯୋଗ ଶୁଣାଣି କରିବାକୁ ଏକ ପୋର୍ଟାଲ ମଧ୍ୟ ରହିଛି । ଯେଉଁଥିରେ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ।

Leave A Reply

Your email address will not be published.