ଭାରତ ଇଂଲଣ୍ତ ଦିନିକିଆ ମ୍ୟାଚ: ଟିକେଟ୍ କଳାବଜାରୀରେ ୪ ଗିରଫ

କଟକ: ଓଡ଼ିଶାକୁ ଚଢିଲାଣି କ୍ରିକେଟ ଫିଭର। ସୁପର ସଣ୍ଡେରେ ସୁପର ସୋ । ଆଜି ଭୁବନେଶ୍ବର ଆସିବ ଟିମ ଇଣ୍ଡିଆ। ମେନ ଇନ୍ ବ୍ଲ୍ୟୁ କୁ ଭବ୍ୟ ସ୍ବାଗତ ଜଣାଇବ ଓଡ଼ିଶା। ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ। ସେହି ମ୍ୟାଚରେ ଟିକେଟ ନେବା ନେଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। କିନ୍ତୁ ଟିକେଟ ନେବା ପରେ ସେହି ଟିକେଟ ଏବେ ବଜାରରେ କଳାବଜାରୀ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।

ସୁଚନା ଅନୁଯାୟୀ ୧୧ ଶହ ଟଙ୍କିଆ ଟିକଟ ବିକ୍ରି ହେଉଥିଲା ୬ରୁ ୭ ହଜାର ଟଙ୍କାରେ। ଡିଲ୍ ବେଳେ ସାଦା ପୋଷାକରେ ଥିବା ପୋଲିସ ମାଡ଼ି ବସିଲା। ଟଙ୍କା ଓ ଟିକଟ ଜବତ କରିଛି ପୋଲିସ। କାଉଣ୍ଟରରେ ଟିକେଟ ବିକ୍ରି ବେଳେ ପ୍ରବଳ ଭିଡ଼ ହୋଇଥିଲା। ଏହାକୁ ଦେଖି ପୋଲିସ ସନ୍ଦେହ କରିଥିଲା। ପରେ ୪ ଜଣଙ୍କ ଉପରେ ସନ୍ଦେହ କରି ସେମାନଙ୍କୁ ଅଟକ ରଖିଛି ପୋଲିସ।

ସେପଟେ ବାରବାଟୀ ମ୍ୟାଚ ପାଇଁ ବ୍ଲାକରେ ଟିକେଟ ବିକ୍ରି ପାଇଁ ଫେକବୁକ ଓ ଓଏଲଏକ୍ସରେ କେତେକ ଲୋକ ଏହାର ବିଜ୍ଞାପନ ଦେଇଛନ୍ତି । ଚଢ଼ା ଦର ବି ରଖିଛନ୍ତି । ଯାହାର ଦରକାର, ଅଧିକ ଟଙ୍କା ଦେଲେ ସେମାନେ ଟିକଟ ପାଇ ପାରିବେ ବୋଲି ମଧ୍ୟ କୁହାଯାଇଛି ।

ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଆଜି ଭୁବନେଶ୍ବରରେ ପହଞ୍ଚିବେ। ଉଭୟ ଦଳର ଖେଳାଳି ଗୁରୁବାର ପ୍ରଥମ ମ୍ୟାଚ ଖେଳିସାରି ନାଗରପୁରରୁ ସିଧାସଳଖ ଏଠାକୁ ଆସିବେ। ଆଜି ବିଶ୍ରାମ ପରେ ଶନିବାର କଟକ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି। ଦୁଇ ଦେଶର ଖେଳାଳି ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି କମିଶନରେଟ୍ ପୋଲିସ ।

ସେହିପରି ଦୁଇ ଦେଶର ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫ ଏବଂ ବିସିସିଆଇର କର୍ମକର୍ତ୍ତାଙ୍କ ପାଇଁ ହୋଟେଲରେ ମୋଟ୍ ୯୬ଟି ରୁମ୍ ବୁକ୍ କରାଯାଇଛି। ଆସିବା ଠାରୁ ଯିବା ପର୍ଯ୍ୟନ୍ତ ଅନ୍ୟ କୌଣସି ଅତିଥି ମାନଙ୍କ ପାଇଁ ବୁକକିଂ ବନ୍ଦ ରହିବ ।

Leave A Reply

Your email address will not be published.