ହଟିଲା ଫ୍ଲଡ ଲାଇଟ ସମସ୍ୟା, ଆରମ୍ଭ ହେଲା ମ୍ୟାଚ

କଟକ: ହଟିଲା ଫ୍ଲଡ ଲାଇଟ ସମସ୍ଯା। ଆରମ୍ଭ ହେଲା ମ୍ଯାଚ। ଫ୍ଲଡ ଲାଇଟ ସମସ୍ୟାକୁ ନେଇ ବାରବାଟୀରେ ଆରମ୍ଭ ହୋଇଥିଲା ବିଭ୍ରାଟ। ୫ ବର୍ଷ ପରେ ଷ୍ଟାଡିୟମ ଆସିଥିବା କ୍ରିକେଟ ପ୍ରେମୀଙ୍କ ମହଲରେ ଦେଖ ଦେଇଥିଲା ଅସନ୍ତୋଷ। ହେଲେ ଏବେ ସବୁ ସମସ୍ଯା ସମାଧାନ ହୋଇ ୨୦ ମିନିଟ ପରେ ଆରମ୍ଭ ହୋଇଛି ମ୍ଯାଚ।

ସୂଚନା ଅନୁଯାୟୀ, କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଦିନିକିଆ କ୍ରିକେଟ୍ ମ୍ୟାଚରେ ବିଭ୍ରାଟ ଦେଖଦେଇଥିଲା। ଫ୍ଲଡ ଲାଇଟରେ ତ୍ରୁଟି ଯୋଗୁ ଅନ୍ଧାର ହୋଇଯାଇଥିଲା ସାରା ପରିବେଶ। ପ୍ରଥମେ ଷ୍ଟାଣ୍ଡର କିଛି ଲାଇଟ ବନ୍ଦ ହୋଇ ଯାଇଥିଲା। ପରେ ପରେ ସମ୍ପୂର୍ଣ୍ଣ ଷ୍ଟାଣ୍ଡର ଲାଇଟ ଲିଭି ଯାଇଥିଲା। ୬.୧ ଓଭରରେ ବିନା ୱିକେଟରେ ଭାରତର ସ୍କୋର ୪୮ ରନ ହୋଇଥିବା ବେଳେ ଫ୍ଲଡ ଲାଇଟରେ ତ୍ରୁଟି ଦେଖାଦେଇଥିଲା।

ତେବେ ଅମ୍ପାୟାରଙ୍କ ସହ ପରାମର୍ଶ କ୍ରମେ ଉଭୟ ଦଳର ଖେଳାଳି ପ୍ୟାଭିଲିୟନ ଫେରିଥିଲେ। ଯାହାଫଳରେ ଅଧାରେ ବନ୍ଦ ହୋଇଥିଲା ଭାରତ- ଇଂଲଣ୍ଡ ଦିନିକିଆ ମ୍ୟାଚ୍।

Leave A Reply

Your email address will not be published.