ଯିବାର ସମୟ ହୋଇଗଲା; ଅମିତାଭଙ୍କ ପୋଷ୍ଟ ଦେଖି ଚିନ୍ତାରେ ଫ୍ୟାନ୍ସ…

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ନିକଟରେ ସେ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ। ଯାହାକୁ ନେଇ ଚିନ୍ତାରେ ଫ୍ୟାନ୍ସ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ ଲେଖିଥିଲେ, ‘ଯିବାର ସମୟ ଆସିଗଲା…’। ଯାହାପରେ ପ୍ରଶଂସକମାନେ ଏହି କ୍ରିପ୍ଟିକ୍ ପୋଷ୍ଟର ଅର୍ଥ ଏବଂ ବିଗ୍ ବି କ’ଣ କହିବାକୁ ଚାହୁଁଛନ୍ତି ତାହା ଜାଣିବାକୁ ଚାହିଁଛନ୍ତି। ଏନେଇ ଫ୍ୟାନ୍ସ ଭିନ୍ନଭିନ୍ନ କଳ୍ପନାଜଳ୍ପନା କରିବାରେ ଲାଗିଛନ୍ତି।

କିଛି ପ୍ରଶଂସକ ମାନେ ଅନୁମାନ କରୁଛନ୍ତି ଯେ ବୋଧହୁଏ ବିଗ୍ ବି ଅଭିନୟ ଜଗତରୁ ଅବସର ନେବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଏହି ପୋଷ୍ଟ କରିଛନ୍ତି। ସେହିପରି ଆଉ କିଛି ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିଛନ୍ତି। ପ୍ରଶଂସକମାନେ ଏହି ପୋଷ୍ଟର ଅର୍ଥ ଜାଣିବା ପାଇଁ ବିଗ୍ ବିଙ୍କ ଆଗାମୀ ଟ୍ୱିଟକୁ ଅପେକ୍ଷା କରି ରହିଛନ୍ତି।

ତେବେ ଅମିତାଭ ବଚ୍ଚନ ବର୍ତ୍ତମାନ ସମୟରେ କ୍ୱିଜ୍ ଶୋ ‘କୌନ୍ ବନେଗା କରୋଡପତି ୧୬’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଆଗାମୀ ଦିନରେ ସେ ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର ୨’ରେ ନଜର ଆସିବେ ବୋଲି ସୂଚନା ମିଳୁଛି।

Leave A Reply

Your email address will not be published.