ପଡିବ ହାତଗଣ୍ଠି, ବିବାହ କରିବେ ଏଲଭିସ୍

ମୁମ୍ବାଇ: ଚଳିତ ବର୍ଷ ବିବାହ କରିବେ ଫେମସ୍ ୟୁଟ୍ୟୁବର୍ ଏଲଭିସ୍ ଯାଦବ୍ । ଦେଲେ ହିଣ୍ଟ । ଏଥର ପଡିବ ହାତଗଣ୍ଠି । ସାମ୍ନାକୁ ଆସିବ ପ୍ରେମିକାଙ୍କ ଚେହେରା ।

ବାସ୍ତବାରେ ନିକଟରେ ‘ଲାଫଟର୍ ସେଫ୍ ୨- ଅନଲିମିଟେଡ୍ ଏଣ୍ଟରଟେନମେଣ୍ଟ’ ଅଂଶଗ୍ରହଣ କରିଥିଲେ ଏଲଭିସ୍ । ତାଙ୍କ ସହ ରୁବିନା ଦିଲାଇକ୍, ମନ୍ନାରା ଚୋପ୍ରା, ଅବଦୁ ରୋଜିକ୍ ମଧ୍ୟ ଶୋ’ରେ ନଜର ଆସିଥିଲେ । ଏହି ଶୋ’ର ଏକ ପ୍ରୋମୋ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭାରତୀ ସିଂହ ଏଲଭିଶଙ୍କୁ ତାଙ୍କ ପ୍ରେମିକାଙ୍କ ସହ ଦେଖା କରେଇବାକୁ କହୁଛନ୍ତି । ଭିଡିଓରେ ଭାରତୀ ଏଲଭିସଙ୍କୁ କହୁଛନ୍ତି ଯେ, ମୁଁ ୨୦୨୫ରେ ତୁମର ପ୍ରେମିକାକୁ ଭେଟିବାକୁ ଚାହୁଁଛି, ମୋତେ ତାଙ୍କ ସହିତ ପରିଚୟ କରାଅ। ଏହାର ଉତ୍ତରରେ ଏଲଭିଶ କହିଛନ୍ତି ଯେ, ହଁ ନିଶ୍ଚୟ, ମୁଁ ତୁମକୁ ୨୦୨୫ରେ ମୋ ବିବାହକୁ ନିମନ୍ତ୍ରଣ କରିବି। ଏହା ଶୁଣିବା ପରେ ଭାରତୀଙ୍କ ସହ ଶୋ’ରେ ଉପସ୍ଥିତ ଥିବା ଅନ୍ୟ ତାରକା ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ତେବେ ଗତ କିଛି ଦିନ ଧରି ଏଲଭିଶଙ୍କ ନାମ ସହ ଅବଦୁଙ୍କ ମିଶାଇ ଚର୍ଚ୍ଚା ବଢିଛି । ଦୁହେଁ ଏକାଠି କାମ ମଧ୍ୟ କରୁଛନ୍ତି। ଅନେକ ଥର ଦୁହେଁଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳୁଛି । ଆଉ ଏହାରି ଭିତରେ ଏଲଭିସଙ୍କ ଏହି ବୟାନ ଚର୍ଚ୍ଚା ଆହୁରି ବଢାଇଛି । କହି ରଖୁଛୁ ଯେ, ଏଲଭିଶ ଯାଦବ ତାଙ୍କ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗୁପ୍ତ ରଖନ୍ତି । ଆଜି ପର୍ଯ୍ୟନ୍ତ ସେ ତାଙ୍କ ପ୍ରେମିକାଙ୍କ ନାମ ମଧ୍ୟ ପ୍ରକାଶ କରିନାହାଁନ୍ତି ।

Leave A Reply

Your email address will not be published.