ହାଇଦ୍ରାବାଦ: ଭାରତୀୟ ସିନେମାରେ କ୍ରିକେଟରଙ୍କ ବାୟୋପିକ ନିର୍ମାଣ ହୋଇଥାଏ। ଏହି ଫିଲ୍ମ ଗୁଡିକ ହିଟ୍ ମଧ୍ୟ ହୋଇଥାଏ। ହେଲେ ଅନେକ ସମୟରେ କ୍ରିକେଟର ମାନେ ଡେବ୍ୟୁ କରିଥିବା ନଜର ରହିଛି। ସେମିତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣର ଦକ୍ଷିଣ ସିନେମାରେ ନିଜର ଅଭିନୟର ଯାଦୁ ଦେଖାଇବାକୁ ଯାଉଛନ୍ତି।
ଡେଭିଡ୍ ୱାର୍ଣ୍ଣର ଭାରତୀୟ ସିନେମାକୁ ବହୁତ ପସନ୍ଦ କରିଥାନ୍ତି ଏବଂ ସମୟ ସମୟରେ ସେ ଭାରତୀୟ ସିନେମାର ଆକ୍ସନ୍ ଦୃଶ୍ୟ ଏବଂ ଗୀତରେ ରିଲ୍ ତିଆରି କରି ନିଜ ଫ୍ୟାନ୍ସମାନଙ୍କୁ ଏଣ୍ଟରଟେନ ମଧ୍ଯ କରିଥାଆନ୍ତି। ଏବେ ଡେଭିଡ୍ ୱାର୍ଣ୍ଣରଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି। ଡେଭିଡ୍ ୱାର୍ଣ୍ଣର ଟଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସାଉଥ୍ ସିନେ ଜଗତର ପପୁଲାର୍ ଆକ୍ଟର ନୀତିନଙ୍କ ଆଗାମୀ ଫିଲ୍ମ ରବିନ୍ ହୁଡ୍ରେ ସେ ନଜର ଆସିବେ। ଏନେଇରବିନ୍ ହୁଡ୍ ର ନିର୍ମାତା ପ୍ରକାଶ କରିଛନ୍ତି।
ଡେଭିଡ୍ ୱାର୍ଣ୍ଣରଙ୍କୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ଡେଭିଡ୍ ୱାର୍ଣ୍ଣର ରବିନ୍ ହୁଡ୍ ଫିଲ୍ମରେ କ୍ୟାମିଓ କରିବାକୁ ଥିବା ବେଳେ ସେ ପ୍ରତିଦିନ ୧ କୋଟି ଟଙ୍କା ଫିସ୍ ନେବେ ବୋଲି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ତେବେ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।