ରାଜ୍ୟସଭାରେ ଜୟା ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ରାଜ୍ୟସଭାରେ ଜୟା ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ନୂତନ ଶିକ୍ଷା ନୀତିରେ ଗ୍ରାମାଞ୍ଚଳ ଶିକ୍ଷକ ଙ୍କୁ ପ୍ରଶିକ୍ଷଣ(trained) ଶିକ୍ଷକ କରିବା ପାଇଁ ହୋଇଥିବା ଯୋଜନା ଉପରେ ପ୍ରଶ୍ନ କରିଥିଲେ ଜୟା ।

ଉତ୍ତର ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ, ଚଳିତ ବଜେଟରେ ୧ କୋଟି ଶିକ୍ଷକଙ୍କ ତାଲିମ ପାଇଁ ବ୍ୟବସ୍ଥା କରାଯାଇଛି। ସରକାର ଏ ଦିଗରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । NSSO ଡାଟା ଅନୁସାରେ ଭାରତରେ ବେକାରୀ ସମସ୍ୟା ହ୍ରାସ ହୋଇଛି।

୬ ପ୍ରତିଶତରୁ ଏହା ହ୍ରାସ ହୋଇ ୩.୧ ହୋଇଛି। ୫ ବର୍ଷ ପୂର୍ବେ ଏହା ୬ ପ୍ରତିଶତ ଥିଲା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି । ଶିକ୍ଷା କ୍ଷେତ୍ରରେ ଦକ୍ଷତା ବିକାଶକୁ ଯୋଡିବା ଯୋଗୁଁ ଏହା ବହୁ ଦିଗରେ ସଫଳ ହୋଇଛି । ସାର୍ଟିଫିକେଟ, ଡିଗ୍ରୀ, ଦକ୍ଷତା ମଧ୍ୟରେ ଯେଉଁ ପାର୍ଥକ୍ୟ ରହୁଥିଲା ତାହା ଆଜି ଦୂର ହେଉଛି । 

Leave A Reply

Your email address will not be published.