ଭୁବନେଶ୍ବର: ହଠାତ୍ କିମ୍ସ, ହାଇଟେକ୍ ଏବଂ ସମ୍ ହସ୍ପିଟାଲ ଉପରେ ଚଢାଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡି ଟିମ୍ । ରାଉରକେଲା ସହ ଭୁବନେଶ୍ବର ହାଇଟେକ୍ରେ ଯାଞ୍ଚ ଆରମ୍ଭ କରିଛି ଇଡି । ତେବେ କାହିଁକି ରାଜ୍ୟର ବଡ ବଡ ଘରୋଇ ମେଡିକାଲ ସଂସ୍ଥା ଉପରେ ଇଡି ଚଢାଉ କରିଛି, ସେନେଇ କର୍ତ୍ତୃପକ୍ଷ କିଛି କହିନଥିବା ବେଳେ କିମ୍ସ, ହାଇଟେକ୍ ଏବଂ ସମ୍ ହସ୍ପିଟାଲ ଏନଆରଆଇ କୋଟାରେ ଆଡ୍ମିଶନ ନେଇ ଯାଞ୍ଚ ଚାଲିଥିବା ସୂଚନା ମିଳିଛି । କୋଲକାତା ଇଡିର ୫ ଜଣିଆ ଟିମ୍ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି ।