ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବ୍ରିଟିଶ ପୋଡକାଷ୍ଟର ଜୟ ସେଟ୍ଟିଙ୍କ ସହ ତାଙ୍କର ପ୍ରଥମ ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି । ଯାହାର ପ୍ରୋମୋ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଆଲିଆ । ଯେଉଁଥିରେ ଆଲିଆ ମା ହେବା ପରେ ତାଙ୍କ ଜୀବନଶୈଳୀ, ତାଙ୍କ ରୋଗ, ଜଣେ ଅଭିନେତା ଭାବରେ ତାଙ୍କ ଜୀବନ ବିଷୟ ଅନେକ କଥା ହୋଇଛନ୍ତି ଆଲିଆ । ୧୭ ବର୍ଷ ବୟସରେ ତାଙ୍କ କ୍ୟାରିଅର ଆରମ୍ଭ ହେବା କିପରି ବନ୍ଧୁମାନଙ୍କ ଠାରୁ ତାଙ୍କୁ ଦୂରେଇ ଦେଇଥିଲା ଏବଂ ମାତୃତ୍ୱ କିଭଳି ଜୀବନ ପ୍ରତି ତାଙ୍କ ଧାରଣାକୁ ପରିବର୍ତ୍ତନ କରିଛି, ସେ ସବୁ ବିଷୟରେ ଖୋଲି କରି ପ୍ରଥମ ଥା ପାଇଁ କଥା ହୋଇଛନ୍ତି ଆଲିଆ ।
ଯେଉଁଥିରେ ସେ ତାଙ୍କର ମାନସିକ ରୋଗ ବିଷୟରେ ଖୋଲିକରି କଥା ହୋଇଛନ୍ତି । କିପରି ତାଙ୍କ ମାନସିକ ରୋଗ, ତାଙ୍କ ଆକ୍ଟିଙ୍ଗ କ୍ୟାରିୟରରେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ସେ କହିଥିଲେ, ଯେବେଠୁ ସେ ଜାଣିବାକୁ ପାଇଥିଲେ, ତାଙ୍କୁ ଏଡିଏଚଡି ରୋଗ ହୋଇଛି, ଯାହା ଏକ ମାନସିକ ରୋଗ, ଯେଉଁଥିରେ ଜଣେ ବ୍ୟକ୍ତିର ଆବେଗ ତାର ନିୟନ୍ତ୍ରଣରେ ରହେନାହିଁ । ଧ୍ୟାନ ହଟିବା କିମ୍ବା ଅତ୍ୟଧିକ ସକ୍ରିୟତା ରହିବା ଏହି ରୋଗ ଲକ୍ଷଣ । ଯାହାକୁ ନେଇ ଚିନ୍ତିତ ଥିବା କହିଥିଲେ ଆଲିଆ । ପ୍ରଥମେ ପ୍ରଥମେ ସେ ଏହା ବିଷୟରେ କହିବାକୁ ଡରୁଥିଲେ । ଏହି ମାନସିକ ରୋଗ ଦ୍ବାରା, ତାଙ୍କୁ ସୋସିଆଲି ଇଣ୍ଟରଆକ୍ସନରେ କିପରି କଷ୍ଟକର ହେଉଥିଲା ସେ କହିଥିଲେ ।
ଏଥିସହିତ ମାତୃତ୍ବକୁ ନେଇ ଆତ୍ମହରା ଥିବା କହିଥିଲେ ଆଲିଆ । କିଭଳି, ରାହା ହେବା ପରେ, ତାଙ୍କ ଜୀବନରେ ସ୍ଥିରତା ଆସିଛି ତାହା ବିଷୟରେ କହିଥିଲେ । କହିଥିଲେ, ଏବେ ସବୁକିଛି ବଦଳି ଯାଇଛି କାରଣ ଏବେ ମୋର ଗୋଟିଏ ଝିଅ ଅଛି, ଲାଗୁଛି ଏବେ ପରିବାରରେ ଗୋଟିଏ ନୂଆ ପ୍ରେମିକା ଆସିଛି । ଏଥିସହିତ ସେ ଏହା ବି କହିଛନ୍ତି, ଆପଣ ଜଣେ ପିତାମାତା ହେବାରେ କେବେବି ଜିତିବେ ନାହିଁ । ଆମେ ସମସ୍ତେ ପ୍ରକୃତରେ ଆମ ଜୀବନରେ ସବୁବେଳେ ପିଲା । ଅତି କମରେ ଆମ ପିତାମାତାଙ୍କ ପାଇଁ, ଆମେ ଯେତେ ବଡ ହେଲେ ମଧ୍ୟ, ଆମେ ଏପର୍ଯ୍ୟନ୍ତ ଆମ ପିତାମାତାଙ୍କ ପାଇଁ ପିଲା ହିଁ ।