ବଲିଉଡ କଳାକାରଙ୍କ ଠାରୁ ବି ଅଧିକ ଆୟ କରନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ଗୀତର ଅନେକ ଫ୍ୟାନ ଅଛନ୍ତି | ବଲିଉଡ ଇଣ୍ଡଷ୍ଟ୍ରିକୁ ପ୍ରୀତମ ଏମିତି ଅନେକ ଗୀତ ଉପହାର ଦେଇଛନ୍ତି ଯାହାକୁ ଅନେକ ସଙ୍ଗୀତ ପ୍ରେମୀ ମନେମନେ ଗାଇଥାନ୍ତି | ଆଜି ହେଉଛି ପ୍ରୀତମଙ୍କ ଜନ୍ମଦିନ | ଆଜି ଆମେ ତାଙ୍କ ବାବଦରେ କିଛି ଅଜଣା କଥା କହିବୁ | ପ୍ରୀତମ କୋଲକାତାର ଏକ ବଙ୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଏକ ସଙ୍ଗୀତ ବିଦ୍ୟାଳୟ ଚଳାଉଥିଲେ ଏବଂ ପ୍ରୀତମ ତାଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ଅଧ୍ୟୟନ କରିବା ପରେ ପ୍ରୀତମ ଚକ୍ରବର୍ତ୍ତୀ ବଲିଉଡରେ କ୍ୟାରିୟର କରିବା ପାଇଁ ମୁମ୍ବାଇ ଯାଇଥିଲେ।

ସେ ମୁମ୍ବାଇରେ ଚଳଚ୍ଚିତ୍ରରେ ନିଜର କଳା ପ୍ରଦର୍ଶନ କରିବା ପୂର୍ବରୁ କଠିନ ପରିଶ୍ରମ କରିଥିଲେ ଏବଂ ଏହା ପରେ ସେ ସଞ୍ଜୟ ଗାଦ୍ଭିଙ୍କ ଫିଲ୍ମ ‘ତେରେ ଲିଏ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ |

Leave A Reply

Your email address will not be published.