ଟ୍ରମ୍ପଙ୍କ ନୂଆ ନିର୍ଦ୍ଦେଶ; ଆମେରିକାରେ ଟ୍ରକ ଡ୍ରାଇଭର ଇଂରାଜୀ କହିବାକୁ ବାଧ୍ୟ

ନୂଆଦିଲ୍ଲୀ: ହ୍ୱାଇଟ୍ ହାଉସକୁ ଫେରିବା ପରଠାରୁ ଡୋନାଲ୍ଡ ଟ୍ରମ୍ପ ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। ଏଥିପାଇଁ ଟ୍ରମ୍ପ ପ୍ରତିଦିନ ନୂଆ ନୂଆ ନିର୍ଦ୍ଦେଶ ମଧ୍ଯ ଦେଉଛନ୍ତି। ଏହାରି ମଧ୍ୟରେ ସେ ଟ୍ରକ ଡ୍ରାଇଭରଙ୍କୁ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି ଯାହା ଭାରତୀୟ ବଂଶୋଦ୍ଭବ ଟ୍ରକ୍ ଡ୍ରାଇଭରମାନଙ୍କ ଚିନ୍ତା ବଢ଼ାଇ ଦେଇଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି। ଯାହା ଫଳରେ ଆମେରିକାରେ ଟ୍ରକ୍ ଡ୍ରାଇଭରମାନଙ୍କର ଇଂରାଜୀ ଦକ୍ଷତା ରହିବା ବାଧ୍ୟତାମୂଳକ। ଏହାକୁ ନେଇ ଶିଖ ଗୋଷ୍ଠୀମାନେ କହିଛନ୍ତି ଯେ ଏହା ନିଯୁକ୍ତିରେ ଭେଦଭାବ ବୃଦ୍ଧି କରିପାରେ ଏବଂ ଚାକିରି ପାଇବାରେ ଅନାବଶ୍ୟକ ପ୍ରତିବନ୍ଧକ ସୃଷ୍ଟି କରିପାରେ।

ତେବେ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ “ଇଂରାଜୀରେ ଦକ୍ଷତା ରହିବା ଜରୁରୀ। କାରଣ ଡ୍ରାଇଭରମାନଙ୍କ ପାଇଁ ଟ୍ରାଫିକ୍ ସିଗନାଲଗୁଡ଼ିକୁ ପଢ଼ିବା ଏବଂ ବୁଝିବା ଏବଂ ଟ୍ରାଫିକ୍ ସୁରକ୍ଷା, ସୀମା ପାଟ୍ରୋଲିଂ, କୃଷି ଚେକପୋଷ୍ଟ ଏବଂ କାର୍ଗୋ ୱେଟ ଲିମିଟ ଷ୍ଟେସନ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବା ଜରୁରୀ।”

Leave A Reply

Your email address will not be published.