ସ୍ବତନ୍ତ୍ର ଓଟିଇଟି-୨୦୨୫ ପାଇଁ ଅନଲାଇନ୍ ପଞ୍ଜୀକରଣ ତାରିଖ ମେ’୨୭ ଯାଏଁ ବୃଦ୍ଧି

କଟକ: ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାଇଁ ଅନଲାଇନ୍ ପଞ୍ଜୀକରଣର ଶେଷ ତାରିଖ ଏବଂ ସମୟ ଆଜି (ଗୁରୁବାର) ପୂର୍ବାହ୍ନ ୧୧.୪୫ ଥିଲା। ଏବେ ଏହାର ଶେଷ ତାରିଖକୁ ମେ’ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି।

ସୂଚନାଥାଉକି, ଚଳିତ ମାସର ଆରମ୍ଭରେ ମେ’୭ ତାରିଖରେ ବିଏସଇ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିଥିଲା।

ଏହି ନୋଟିସରେ ବିଏସଇ ଉଲ୍ଲେଖ କରିଥିଲା ​​ଯେ, ଯୋଗ୍ୟ ଶିକ୍ଷକମାନେ ୯‌ ମ‌େ’ ୨୦୨୫ ପୂର୍ବାହ୍ନ ୮ ଟାରୁ ସେମାନଙ୍କର ଅନଲାଇନ୍ ପଞ୍ଜୀକରଣ ପଠାଇପାରିବେ। ପେପର-୧ ଏବଂ ପେପର -୨ ପାଇଁ ସମ୍ପୃକ୍ତ ଲିଙ୍କ୍ ପୃଥକ ଭାବରେ ଅନଲାଇନ୍‌ରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲା।

Leave A Reply

Your email address will not be published.