ଏଣିକି ଲଘୁ ଖଣିଜର ଦାୟିତ୍ବ ତୁଲାଇବ ରାଜସ୍ବ ବିଭାଗ

ଭୁବନେଶ୍ବର: ଏଣିକି ଖଣି ବିଭାଗ ପାଖରେ ରହିବ ଲଘୁ ଖଣିଜ। ଆଉ ଏହାର ଦାୟିତ୍ୱ ତୁଲାଇବ ରାଜସ୍ୱ ବିଭାଗ। ଭୁବନେଶ୍ବରରେ ଆୟୋଜିତ ତହସିଲଦାର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ରାଜସ୍ୱ ବିଭାଗର ବଡ଼ ଦାୟିତ୍ୱ ଥିଲା ଲଘୁ ଖଣିଜ। ହେଲେ ଖଣି ବିଭାଗକୁ ଗଲା ପରେ ଲଘୁ ଖଣିଜ ଚୋରା ଚାଲାଣ ବନ୍ଦ କରିବାରେ ଖଣି ବିଭାଗ ସକ୍ଷମ ହେଉନାହିଁ। ଏବେ ରାଜସ୍ୱ ବିଭାଗକୁ ପୁନର୍ବାର ଦାୟିତ୍ୱ ପ୍ରଦାନ କରାଯିବ। ଲଘୁ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଲଘୁ ଖଣିଜ ରହିବ ଖଣିବିଭାଗ ପାଖରେ, ହେଲେ ଦାୟିତ୍ୱ ତୁଲାଇବ ରାଜସ୍ୱ ବିଭାଗ। ପୂର୍ବରୁ ରାଜସ୍ୱ ବିଭାଗର ବଡ଼ ଦାୟିତ୍ୱ ଥିଲା ଲଘୁ ଖଣିଜ। କିନ୍ତୁ ଏହା ଖଣି ବିଭାଗକୁ ଗଲା ପରେ ଲଘୁ ଖଣିଜ ଚୋରା ଚାଲାଣ ବନ୍ଦ କରିବାରେ ଖଣି ବିଭାଗ ସକ୍ଷମ ହେଉନାହଁ।

ରାଜସ୍ୱ ବିଭାଗକୁ ପୁନର୍ବାର ଦାୟିତ୍ୱ ପ୍ରଦାନ କରାଯିବ। ଏ ଦାୟିତ୍ୱ ରାଜସ୍ୱ ବିଭାଗର ଅଧିକାରୀମାନେ ସୁଚାରୁରୂପେ ତୁଲାଇବେ ବୋଲି ମୋର ଆଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.