ଏଥିସହ ରୋଷେଇ ସାମଗ୍ରୀର ଏକ୍ସପାରୀ ତାରିଖଠୁ ଆରମ୍ଭ କରି ଏହାର ମାନକୁ ମଧ୍ୟ ଯାଞ୍ଚ କରିବେ ପ୍ରଧାନଶିକ୍ଷକ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅନେକ ସମୟରେ ମଧ୍ୟାହ୍ନ ଭୋଜନ ରୋଷେଇରେ ଅସାବଧାନତା ଅବଲମ୍ବନ କରାଯାଉଛି। ଏହାର ପ୍ରୋଟୋକଲ ଅନୁସରଣ କରାଯାଉନାହିଁ। ଖାଦ୍ୟର ମାନ ଠିକ୍ ରହୁନାହିଁ। ଅନେକ ସମୟରେ ଖରାପ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ତେଣୁ ଏହାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଅଣ୍ଟା ଭିଡ଼ିଛି ବିଭାଗ।
ସ୍କୁଲ ଖୋଲିବାର ପ୍ରଥମ ଦିନରେ ଯେପରି କୌଣସି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନହୁଅନ୍ତି ସେଥିଲାଗି ଧ୍ୟାନ ଦେବାକୁ ତାଗିଦ୍ କରାଯାଇଛି। ରୋଷେଇ ପୂର୍ବରୁ ସହାୟିକା, ପାଚିକାଙ୍କୁ ରନ୍ଧନ ସାମଗ୍ରୀ ହସ୍ତାନ୍ତର କରାଯିବ। ଏହା ପୂର୍ବରୁ ସମସ୍ତ ସାମଗ୍ରୀର ଯାଞ୍ଚ କରାଯିବ। ନୂଆ ସାମଗ୍ରୀ କିଣାଯିବ। ସ୍କୁଲ ପରିଚାଳନା କମିଟି, ସିସିଏଚ୍, ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ସମସ୍ତ ମସଲା ଯାଞ୍ଚ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ବୈଠକ କରିବେ।