ଭୁବନେଶ୍ବର: ଡାକ ନାଁ ମାମାଲି, ହେଲେ ମଲ୍ଲିକା ନାଁରେ ସେ ଘରେ ଘରେ ପରିଚିତ । ଓଡିଶା ଟେଲିଭିଜନ ଜଗତର ଜଣାଶୁଣା ନାଁ ସୁଶ୍ରୀ ପଦ୍ମଜା। ବାରିପଦାର ଯୁବ କଳାକାର ମାମାଲି ଅଭିନୟକୁ ନିଜ ଜୀବନର ବ୍ରତ କରିଛନ୍ତି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ବିଏଡ୍ କରିବା ପରେ ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଏହାସହ ଗୁରୁ ସ୍ବର୍ଗତ ବନମାଳୀ ବେହେରାଙ୍କଠାରୁ ଓଡିଶୀ, ଶମ୍ଭୁନାଥ ଦାସଙ୍କଠାରୁ ଛଉ ଏବଂ ହୃଦୟାନନ୍ଦ ବାରିକଙ୍କଠାରୁ ଆଧୁନିକ ନୃତ୍ୟ ଶିଖିଛନ୍ତି ମାମାଲି । ସବୁବେଳେ ସେ ଜଣେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ । ବାପା ପ୍ରଭାସ ଶଙ୍କର ଲେଙ୍କାଙ୍କୁ ଖୁବ୍ କମ ବୟସରେ ହରାଇଥିଲେ । ମାଆ ମୀରା ଜେନା ତାଙ୍କ ଲାଳନ ପାଳନ କରିଛନ୍ତି ।