ବର୍ମିଂହାମ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତୀୟ କ୍ରିକେଟ ଟିମ ପରାଜିତ ହୋଇଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପରବର୍ତୀ ମୁକାବିଲା ବର୍ମିଂହାମର ଏଜବେଷ୍ଟନରେ ଖେଳାଯିବ । ଏଠାରେ ୫୮ ବର୍ଷ ହେବ ଭାରତ ବିଜୟ ହାସଲ କରିପାରି ନାହିଁ । ୧୯୬୭ରେ ଟିମ ଇଣ୍ଡିଆ ଏଠାରେ ପ୍ରଥମ ମ୍ୟାଚ ଖେଳିଥିଲା । ମଂସୁର ଅଲୀ ଖାଁ ପଟୌଦ୍ଦିଙ୍କ ନେତୃତ୍ୱରେ ଭାରତ ୧୩୨ ରନରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଥିଲା । ୧୯୭୪ରେ ଅଜିତ ୱାଡେକର ଦଳର ନେତୃତ୍ୱ ନେଉଥିଲେ । ଭାରତ ଇନିଂସ ୭୮ ରନରେ ହାରିଥିଲା । ୧୯୭୯ରେ ଏସ ଭେଙ୍କଟରାଘବନଙ୍କ ନେତୃତ୍ୱରେ ଦଳ ଇନିଂସ ପରାଜୟବରଣ କରିଥିଲା । ୧୯୮୬ରେ କପିଳ ଦେବଙ୍କ ନେତୃତ୍ୱରେ ଭାରତ ମ୍ୟାଚ ଡ୍ର କରିବାରେ ସଫଳ ହୋଇଥିଲେ । ରେକର୍ଡ ଦୃଷ୍ଟି କୋଣରୁ ଏହା ଶ୍ରେଷ୍ଠ ପ୍ରଦର୍ଶନ । ୧୯୯୬ରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତାଧୀନ ଟିମ ଇଣ୍ଡିଆକୁ ଇଂଲଣ୍ଡ ୮ ୱିକେଟରେ ହରାଇଥିଲା ।