ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଅପକମିଂ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଯାହା ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ବେଳେ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଛି। ବିକ୍ରାନ୍ତଙ୍କ ବ୍ୟତୀତ ରାଶି ଖାନ୍ନା ଏବଂ ରିଦ୍ଧି ଡୋଗ୍ରାଙ୍କ ପରି ଅଭିନେତ୍ରୀ ମଧ୍ଯ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଧୀରଜ ସରନା।
ଏହାରି ମଧ୍ୟରେ ବିକ୍ରାନ୍ତ ମେସିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ହିନ୍ଦୁଙ୍କୁ ନେଇ ଏକ ବୟାନ ଦେଇଛନ୍ତି, ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।
ଏହି ଭିଡିଓ କ୍ଲିପରେ ବିକ୍ରାନ୍ତ କହିଛନ୍ତି ଯେ ଆମକୁ ଯେଉଁ ସ୍ୱାଧୀନତା ମିଳିଛି। ‘ଆମେ ବୁଝିବା ଉଚିତ୍ ଯେ ଆମ ଦେଶ ଏବେ ବି ନୂଆ। ଏହାକୁ ୭୬-୭୭ବର୍ଷ ହୋଇସାରିଛି। ପ୍ରଥମେ ମୋଗଲ, ତାପରେ ଡଚ୍, ଫରାସୀ ଏବଂ ପରେ ବ୍ରିଟିଶମାନେ ଆସି ଶହ ଶହ ବର୍ଷ ଧରି ଆମକୁ ଶାସନ କରିଥିଲେ। ଏହା ପରେ ଆମେ ପାଇଥିଲେ ସ୍ୱାଧୀନତା, ଏହା ପ୍ରକୃତରେ ସ୍ୱାଧୀନତା ଥିଲା କି? ବ୍ରିଟିଶମାନେ ଛାଡି ଯାଇଥିବା ଔପନିବେଶିକ ପ୍ରଭାବରେ ଆମେ ଏବେବି ଜଡିତ।
ମୋତେ ଖରାପ ଲାଗୁଥିବା ଜିନିଷଗୁଡ଼ିକ ପ୍ରକୃତରେ ଖରାପ ନୁହେଁ। ଲୋକମାନେ କୁହନ୍ତି ମୁସଲମାନମାନେ ବିପଦରେ ଅଛନ୍ତି, କିନ୍ତୁ କେହି ବିପଦରେ ନାହାଁନ୍ତି। ସେଥିପାଇଁ ଆଜି କହୁଛି ବିଗତ ୧୦ ବର୍ଷରେ ମୁଁ ବହୁତ ବଦଳିଛି। ତାଙ୍କର ଏଭଳି ମନ୍ତବ୍ୟ ଉପରେ ଭିନ୍ନଭିନ୍ନ କମେଣ୍ଟ କରିବାରେ ଲାଗିଛନ୍ତି ୟୁଜର୍ସ।
ତେବେ ଏହି ଚଳଚ୍ଚିତ୍ରର ପ୍ରଡକ୍ସନ ଭାର ଏକତା କପୁର ସମ୍ଭାଳିଥିବା ବେଳେ ଫିଲ୍ମଟି ନଭେମ୍ବର ୧୫ରେ ମୁକ୍ତିଲାଭ କରିବାକୁ ଯାଉଛି।