ରାଜ୍ୟ ସରକାର ଉକ୍ତ ଯୋଜନା ମାଧ୍ୟମରେ ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିଥାନ୍ତି । ତୀର୍ଥଯାତ୍ରୀମାନଙ୍କୁ ନିଜର ଗ୍ରାମମାନଙ୍କରୁ ସମ୍ପୃକ୍ତ ରେଳ ଷ୍ଟେସନକୁ ପରିବହନ ଓ ପ୍ରତ୍ୟାବର୍ତ୍ତନର ସୁବିଧା । ଆଇଆରସିଟିସି ଦ୍ଵାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀମାନଙ୍କର ରହିବା, ଯିବା ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା । ଆଇଆରସିଟିସି ଦ୍ଵାରା ଗସ୍ତ ଜଗୁଆଳୀ, ପଥପ୍ରଦର୍ଶକ, ଯାତ୍ରୀବୀମା ଏବଂ ଚିକିତ୍ସା ସୁବିଧା। ଉପରୋକ୍ତ ପ୍ରତ୍ୟେକ ପର୍ଯ୍ୟାୟର ତୀର୍ଥଯାତ୍ରା ଅବଧି ହାରାହାରି ୫ ରାତ୍ରି ୬ ଦିନ ମଧ୍ୟରେ ସୀମିତ ଅଟେ ।
ସୂଚନାଯୋଗ୍ୟ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଅଦ୍ୟାବଧି ୩୭,୫୫୫ ରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ୪୦ ଟି ପର୍ଯ୍ୟାୟରେ ମଦୁରାଇ, ରାମେଶ୍ଵରମ, ପ୍ରୟାଗରାଜ, ଅଯୋଧ୍ୟା, ବାରଣାସୀ, ହରିଦ୍ଵାର, ଋଷିକେଶ, ଆଜମେର, ପୁଷ୍କର, ତିରୁପତି ବାଲାଜୀ, ଭେଲୋର, ଶ୍ରୀକଳାହସ୍ତି, ଶିରିଡି, ନାସିକ, ତ୍ରୟମ୍ବକେଶ୍ଵର, ଭେଲନକାନୀ, ନାଗାପଟିନମ, ତାଞ୍ଜାବୁର, ଦକ୍ଷିଣେଶ୍ଵର କାଳୀ (କୋଲକାତା), କାମାକ୍ଷା, ଆଗ୍ରା, ମଥୁରା, ବୃନ୍ଦାବନ ଇତ୍ୟାଦି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି ।
୨୦୨୪-୨୫ ଆର୍ଥିକ ବର୍ଷରେ ୭୯୬୭ ବରିଷ୍ଠ ନାଗରିକ ୧୦ ଟି ପର୍ଯ୍ୟାୟରେ ସିରିଡି, ନାସିକ, ଦକ୍ଷିଣେଶ୍ଵର କାଳୀ (କୋଲକାତା), କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଥିଲେ । ପ୍ରତିଟି ପର୍ଯ୍ୟାୟରେ ୮୦୦ ଜଣ (୭୭୫ ତୀର୍ଥଯାତ୍ରୀ ଓ ୨୫ ଜଣ ଏସ୍କର୍ଟ ଅଫିସର ) ଯାତ୍ରା କରିଥାନ୍ତି ।
ସୂଚନାଥାଉକି, ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ ଓ ଆଇଆରସିଟିସିର ଯୁଗ୍ମ ସାଧାରଣ ପରିଚାଳକ କ୍ରାନ୍ତି ସବରକର ମଧ୍ୟ ଉପସ୍ଥିତ ଥିଲେ।