ବରଗଡ଼ ନାବାଳିକା ପୋଡ଼ି ଘଟଣାରେ ନବୀନଙ୍କ ଶୋକ ପ୍ରକାଶ: କହିଲେ, ନିଆଁ ଲଗାଇ ଜୀବନ ହାରିବାର ଧାରା ଅତ୍ୟନ୍ତ ବିଚଳିତ

ଭୁବନେଶ୍ୱର: ବରଗଡ଼ ଗାଇସିଲେଟ ବ୍ଲକ ପିରିଙ୍ଗିମାଳ ଗାଁରେ ନାବାଳିକାଙ୍କ ମୃତ୍ୟୁ ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଝିଅମାନେ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାର ଧାରା ଅତ୍ୟନ୍ତ ବିଚଳିତ ବୋଲି କହିଲେ ନବୀନ ପଟ୍ଟନାୟକ।

ଏହି ଘଟଣାରେ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଖବର ମୋତେ ଗଭୀର ଭାବେ ବ୍ୟଥିତ, ଚକିତ ଓ ମର୍ମାହତ କରିଛି। ଏପରି ଘଟଣା ବ୍ୟବସ୍ଥାର ବିଫଳତା ଦିଗକୁ ଇଙ୍ଗିତ କରୁଛି। ଝିଅମାନେ ନିଜକୁ ଜାଳି ଜୀବନ ହାରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ନବୀନ କହିଛନ୍ତି। ଗୋଟିଏ ମାସରେ ୪ ଜଣ ଝିଅ ପ୍ରାଣ ହରାଇଛନ୍ତି । ଚାରି ଜଣଙ୍କ ମୃତ୍ୟୁ କୌଣସି ପୃଥକ ଘଟଣା ନୁହେଁ। ଅପରାଧର ଶିକାର ହେବା ପରେ ସେମାନଙ୍କ ମୃତ୍ୟୁ ଘଟୁଥିବା କହଛନ୍ତି ବିରୋଧୀ ଦଳ ନେତା।

ସେମାନଙ୍କ ହତାଶ କେବଳ ବ୍ୟକ୍ତିଗତ ଟ୍ରାଜେଡି ନୁହେଁ। ପ୍ରତ୍ୟକ ଘଟଣାରେ ସେମାନଙ୍କ ଯନ୍ତ୍ରଣାକୁ ଶୁଣାଯାଇନାହିଁ। ବିଜେପି ସରକାର ବ୍ୟବସ୍ଥାରେ ଏପରି ଆତ୍ମବିଶ୍ବାସ ସୃଷ୍ଟି କରିବାରେ ବିଫଳ ବୋଲି କହିଛନ୍ତି ନବୀନ। ଏଭଳି ହୃଦୟ ବିଦାରକ ଘଟଣା ବନ୍ଦ ପାଇଁ ସରକାର କେତେ ସମୟ ନେବେ ବୋଲି ପ୍ରଶ୍ନ କରିଛନ୍ତି। ସରକାରଙ୍କ ନୀରବତା ଓ ନିଷ୍କ୍ରିୟତା ପାଇଁ ଓଡ଼ିଶାର ଝିଅମାନେ ଅସୁରକ୍ଷିତ ବୋଲି ବିରୋଧୀ ଦଳ ନେତା କହିଛନ୍ତି।

Leave A Reply

Your email address will not be published.