ଯୌତୁକ ଜନିତ ହତ୍ୟା ମାମଲା; ମୃତକଙ୍କ ଶାଶୁ ଗିରଫ, ଫେରାର ଉଦ୍ୟମ ବେଳେ ସ୍ୱାମୀକୁ ଗୁଳି…

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଯୌତୁକ ଜନିତ ହତ୍ୟା ମାମଲାର ତଦନ୍ତ କରି ମୃତକଙ୍କ ଶାଶୁ ଦୟାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୂର୍ବରୁ ହିଁ ଅଭିଯୁକ୍ତ ସ୍ୱାମୀ ବିପିନଙ୍କୁ ଗିରଫ କରାଯାଇଛି।

 

ତେବେ କୋର୍ଟ ଅଭିଯୁକ୍ତ ବିପିନ ଭାଟିକୁ ୧୪ ଦିନର ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତ ଯେଉଁ ସ୍ଥାନରୁ ଥିନର କିଣିଥିଲେ ସେଠାକୁ ବିପିନକୁ ନେବା ସମୟରେ ସେ ପୋଲିସର ବନ୍ଧୁକ ଛଡ଼ାଇ ପଳାୟନ କରିବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ ତାଙ୍କୁ ଧରିବା ପାଇଁ ପୋଲିସକୁ ଗୁଳିଚାଳନା କରିବାକୁ ପଡ଼ିଥିଲା। ଏହି ଗୁଳିଚାଳନାରେ ବିପିନଙ୍କ ଗୋଡରେ ଗୁଳି ବାଜିଥିଲା। ଯାହାଫଳରେ ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି।

 

ତେବେ ୨୧ ଅଗଷ୍ଟ ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ବିପିନ ନିକିଙ୍କୁ ପ୍ରବଳ ମାଡ଼ ମାରିଥିଲେ ଓ ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲକୁ ରେଫର କରାଯାଇଥିଲା କିନ୍ତୁ ରାସ୍ତାରେ ହିଁ ନିକିଙ୍କ ମୃତ୍ୟୁ ହୋଇଥିଲା। ତେବେ ନିକିଙ୍କ ବଡ଼ ଭଉଣୀ ଶଶୁର ଘର ଲୋକଙ୍କ ଉପରେ ହତ୍ୟାର ଅଭିଯୋଗ କରିଛନ୍ତି।

  ସିରସା ଗ୍ରାମର ବାସିନ୍ଦା ବିପିନଙ୍କୁ ବିବାହ କରିଥିଲେ। ବିବାହରେ ସମସ୍ତ ଯୌତୁକ ଦିଆଯାଇଥିଲା ଯେଉଁଥିରେ ଏକ ସ୍କୋର୍ପିଓ କାର ମଧ୍ୟ ସାମିଲ ଥିଲା। ଏହା ସତ୍ତ୍ୱେ ମଧ୍ୟ ବିବାହ ପରଠାରୁ ଶଶୁର ଘର ଲୋକେ ନିକିଙ୍କ ଠାରୁ ଆହୁରି ୩୫ ଲକ୍ଷ ଟଙ୍କା ଦାବି କରୁଥିଲେ। ଫଳରେ ପୀଡିତାଙ୍କ ପରିବାର ଲୋକେ ଆଉ ଏକ କାର ମଧ୍ୟ ଦେଇଥିଲେ କିନ୍ତୁ ନିକୀଙ୍କ ଉପରେ ନିର୍ଯାତନା ବନ୍ଦ ହୋଇ ନଥିଲା।

 

ନିକଟରେ ନିକିଙ୍କ ବାପା ଏକ ମର୍ସିଡିଜ୍ କିଣିଥିଲେ। ଅଭିଯୁକ୍ତ ବିପିନର ଏହି କାର ଉପରେ ନଜର ରହିଥିଲା। କେବଳ ଏତିକି ନୁହେଁ, ଅଭିଯୁକ୍ତ ବିପିନ ୨୦୨୪ ମସିହାରେ ଦିଲ୍ଲୀରେ ଏକ ଝିଅ ସହିତ ବୁଲିବା ସମୟରେ ପରିବାର ସଦସ୍ୟ ମାନେ ତାଙ୍କୁ ଧରି ନେଇଥିଲେ ଓ ତାଙ୍କୁ ବହୁତ୍ ମାଡ଼ ମଧ୍ୟ ମାରିଥିଲେ।

 

ନିକି ଏବଂ ତାଙ୍କ ବଡ଼ ଭଉଣୀ କାଞ୍ଚନ ଗୋଟିଏ ପରିବାରରେ ବିବାହ କରିଥିଲେ ଓ ଉଭୟ ପ୍ରାୟତଃ ନିର୍ଯାତନା ର ଶିକାର ହେଉଥିଲେ।। ଗୁରୁବାର ତାଙ୍କ ସମ୍ମୁଖରେ ଅଭିଯୁକ୍ତ ତାଙ୍କ ଭଉଣୀ ନିକିଙ୍କୁ ପ୍ରବଳ ମାଡ଼ ମାରିଥିଲେ ଏବଂ ତାଙ୍କ ବେକ ମଧ୍ୟ ଚିପିଥିଲେ। ଯେତେବେଳେ ସେ ବେହୋସ ହୋଇଗଲେ ତାଙ୍କ ଉପରେ ଜ୍ୱଳନଶୀଳ ପଦାର୍ଥ ଢାଳି ତାଙ୍କୁ ନିଆଁ ଲଗାଇ ଦିଆଯାଇଥିଲା।

Leave A Reply

Your email address will not be published.