ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ଆର୍ଥିକ ହେରଫେର ଭଳି ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସଂସଦରେ ଦେଶ ସୁରକ୍ଷାର ଗୁପ୍ତ ତଥ୍ୟ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ହୋଇଛି।

ସନ୍ଦେହଜନକ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ ସିଷ୍ଟମ ସମ୍ପର୍କିତ ତଥ୍ୟ ପଚାରିବା ଅଭିଯୋଗ ହୋଇଛି। ଗୃହ ମନ୍ତ୍ରାଳୟ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦୁଇଟି ଅଭିଯୋଗ ଦାୟର କରାଯାଇଛି। ଅଭିଯୋଗ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଅଭିଯୋଗ ଗ୍ରହଣ ପରେ ତଦନ୍ତ ଆରମ୍ଭ ହୋଇଛି।

ଅନ୍ୟପଟେ ଅଭିଯୋଗକୁ ପୁରୁଣା, ସତ୍ୟତା ନାହିଁ କହି ଖଣ୍ଡନ କଲେ ପୂର୍ବତନ ବିଜେଡି ସାଂସଦ। ଏ ବାବଦରେ ପ୍ରଶ୍ନ କରିବାରୁ କ୍ୟାମେରା ଆଗରେ କିଛି କହିବାକୁ ମନା କଲେ ପିନାକୀ ମିଶ୍ର। ତାଙ୍କ ବିରୋଧରେ ସନ୍ଦେହଜନକ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା ଅଭିଯୋଗ ଆସିଛି।

Leave A Reply

Your email address will not be published.