ମୁମ୍ବାଇ: ବଲିଉଡର ନୂଆ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ ଏକାଠି ୨ଟି ଫିଲ୍ମର ଶୁଟିଂ ଆରମ୍ଭ କରିବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କାର୍ତିକ ନଭେମ୍ବର ୧ରୁ ଶୁଟିଂରେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ରହିବେ । କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ଓ ମହାବୀର ଜୈନ ମିଳିତ ଭାବେ ନାଗଜିଲା ଫିଲ୍ମ ନିର୍ମାଣ କରୁଛନ୍ତି । ମୃଗଦୀପ ସିଂ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ୧୫ ଅଗଷ୍ଟ ୨୦୨୬ରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଫିଲ୍ମର ନାୟିକା ଏବଂ ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯାଇ ନାହିଁ ।