ଭୁବନେଶ୍ୱର: ଗୋଟେ ପଟେ ଦୀପାବଳି ପାଇଁ ଉତ୍ସବମୁଖର ଦେଶବାସୀ, ଅନ୍ୟପଟେ ବାୟୁ ପ୍ରଦୂଷଣ ପାଇଁ ଚିନ୍ତାରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଅନୁଗୁଳ ସହରର ବାୟୁର ଗୁଣବତ୍ତା। ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର।
କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତକାଲି ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୨୨୯ AQI ସହ ରାଜ୍ୟର ଏକମାତ୍ର ସହର ଭାବେ ଅନୁଗୁଳର ବାୟୁର ମାନ ପୁଅର ବା ଖରାପ ସ୍ତରରେ ରହିଛି। ଅପରପକ୍ଷରେ ଆଜି ଦୀପାବଳି ପାଇଁ ବହୁ ମାତ୍ରାରେ ବାଣ ବିକ୍ରି ହେଉଥିବାରୁ ଆଜି ଅନୁଗୁଳ ସହରରେ ବାୟୁ ପ୍ରଦୂଷଣ ବହୁ ମାତ୍ରାରେ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି।
ଗତକାଲି ଅପରାହ୍ନ ସୁଦ୍ଧା ରାଜ୍ୟର ସହରଗୁଡ଼ିକର AQI ଅନୁସାରେ ଅନୁଗୁଳ- ୨୨୯, ବାଲେଶ୍ଵର – ୧୫୬, ବଡ଼ବିଲ – ୧୮୪, ବାରିପଦା – ୧୭୧, ଭୁବନେଶ୍ୱର – ୧୨୨, କଟକ – ୧୪୭, କେନ୍ଦୁଝର – ୧୨୮, ତାଳଚେର -୧୪୪ ରହିଛି।