କାଳୀ ଭସାଣି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ୬୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

କଟକ: ଆଜି କଟକରେ କାଳୀପୂଜା ଭସାଣ ଉତ୍ସବ। ତାପୂର୍ବରୁ ସହରର ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ଗଳି କନ୍ଦିରେ ତନ୍ନତନ୍ନ କରି କରି ପଇଁତରା ମାରିଛନ୍ତି ସୁରକ୍ଷାକର୍ମୀ। କଟକରେ କାଳୀ ଭସାଣି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ମୁତୟନ ହୋଇଛନ୍ତି ୬୪ ପ୍ଲାଟୁନ ପୋଲିସ ଫୋର୍ସ। ୪୦୦ ପୋଲିସ ଅଧିକାରୀ ସଜାଗ ଅଛନ୍ତି।

ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ବିଶେଷ ବନ୍ଦୋବସ୍ତ କରିଛି କମିଶନରେଟ୍ ପୋଲିସ। ତାପୂର୍ବରୁ ସହରର ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ଗଳି କନ୍ଦିରେ ତନ୍ନତନ୍ନ କରି କରି ପଇଁତରା ମାରିଛନ୍ତି ସୁରକ୍ଷାକର୍ମୀ। ଗତକାଲି ରାତିରୁ ବିସର୍ଜନ ଆରମ୍ଭ ହୋଇଛି। କିଛି ମେଢ଼ ଦେବୀଗଡ଼ା କୃତ୍ରିମ ପୋଖରୀରେ ବିସର୍ଜନ କରାଯାଇଛି।

ଆଜି ଭସାଣି ଶୋଭାଯାତ୍ରାରେ କଟକ ସହରର ୭୦ ରୁ ଅଧିକ କାଳୀ ମେଢ଼ ସାମିଲ ହେବେ। ବିଶୃଙ୍ଖଳାକାରୀ, ଅପପ୍ରଚର କରୁଥିବା ଏବଂ ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଦୁର୍ଗାପୂଜାର ଭୁଲ ଯେପରି କାଳୀପୂଜାରେ ପୁନରାବୃତ୍ତି ନହୁଏ ସେଥିପ୍ରତି ସଜାଗ ରହିଛି ପୋଲିସ। ଦୁର୍ଗାପୂଜା ଭସାଣ ସମୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଯୋଗୁଁ ସବୁ ଦିଗ ପ୍ରତି ଧ୍ୟାନ ଦେଉଛି ପୋଲିସ ।

ସୁରକ୍ଷାର ତଦାରଖ କରିବେ ୪୦୦ରୁ ଅଧିକ ବରିଷ୍ଠ ପୋଲିସ ଅଫିସର। କାଳୀପୂଜା ଭସାଣ ପାଇଁ ଦରଘା ବଜାର ଥାନା ସିଟି ହସ୍ପିଟାଲ ନିକଟରେ ହେବ ସାଇଲେନ୍ସ ଜୋନ୍। ସମ୍ବେଦନଶୀଳ ସ୍ଥାନରେ ହେବ ସ୍ବତନ୍ତ୍ର ବ୍ୟବସ୍ଥା। ରୁଫ୍ ଟଫ୍ ପୋଲିସ ବ୍ୟବସ୍ଥା ସହ ଡ୍ରୋନ୍ ଓ ସିସିଟିଭି ନଜରରେ ରହିବ ସହର। ଏହାସହ କେନ୍ଦ୍ରୀୟ ଫୋର୍ସ ବି ନିୟୋଜିତ ହେବେ।

Leave A Reply

Your email address will not be published.