ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟରେ ଦାଏର ହେଲା ଜନସ୍ବାର୍ଥ ମାମଲା

ଭୁବନେଶ୍ୱର: ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ଭୁବନେଶ୍ବର କ୍ଲବ ସଭାପତି ଭାବେ ନିର୍ବାଚିତ ପରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଛି । ସୁବ୍ରତ କୁମାର ତ୍ରିପାଠୀ ନାମକ ସାମ୍ବାଦିକଙ୍କ ପକ୍ଷରୁ ଦାୟର ହେଲା ଜନସ୍ବାର୍ଥ ମାମଲା ।

ଓଇଆରସି ଅଧ୍ୟକ୍ଷ ଥାଇ କିପରି ସଭାପତି ପଦ ଗ୍ରହଣ କଲେ ସେନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସୁବ୍ରତ ତ୍ରିପାଠୀ । ବିଦ୍ୟୁତ ସଂସ୍କାର ଆଇନ୍‌ ଓ ବିଦ୍ୟୁତ ଆଇନର ଉଲ୍ଲଙ୍ଘନ କରାଯାଇଥିବା ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି । ଏନେଇ ପ୍ରଦୀପ ଜେନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନା ଯୋଗ୍ୟ, ମାସକ ପୂର୍ବେ ଭୁବନେଶ୍ବର କ୍ଲବ ନିର୍ବାଚନରେ ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ସଭାପତି ପଦ ଲାଗି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନର କ୍ଲବ୍‌ ସଭାପତି ଅସୀତ ତ୍ରିପାଠୀ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ୍‌ ନିୟମାକ ଆୟୋଗ(ଓଇଆର୍‌ସି)ର ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଏଥିରେ ପ୍ରଦୀପ ଜେନା ବିଜୟୀ ହୋଇଥିଲେ ।

ତେବେ ଅସୀତ ତୃତୀୟ ଥର ଲାଗି ସଭାପତି ପଦ ପାଇଁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ବିରୋଧରେ ପ୍ରଥମ ଥର ପ୍ରଦୀପ ମଇଦାନକୁ ଓହ୍ଲାଇଥିଲେ ।

Leave A Reply

Your email address will not be published.