ପୁରୀ: ଆଜି ସନ୍ଧ୍ୟା ୭ଟାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ବାରବାଟୀରେ ଖେଳାଯିବ । ଟି-୨୦ରେ ଭାରତର ବିଜୟ ପାଇଁ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ଭାରତୀୟ ଟିମ୍ । କୋଚ୍ ଗୌତମ ଗମ୍ଭୀରଙ୍କ ସମେତ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପତ୍ନୀ, ଜିତେଶ ଶର୍ମା ଓ ତିଲକ ବର୍ମା ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କୋଚ୍ ଓ ଖେଳାଳୀ । ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ସହିତ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ । ଏହି ସମୟରେ ଶ୍ରୀମନ୍ଦିର ସିଂହଦ୍ବାରରେ ପୁରୀ ସେବାୟତ ଏକତ୍ରିତ ହୋଇ ସମୂହ ଦୀପଦାନ ମଧ୍ୟ କରିଛନ୍ତି ।