ଜମ୍ମୁ-କଶ୍ମୀରରେ ଓଡ଼ିଆ ଯବାନଙ୍କ ମୃତ୍ୟୁ

ନୟାଗଡ: ଜମ୍ମୁ-କଶ୍ମୀରରେ ଓଡ଼ିଆ ଯବାନଙ୍କ ମୃତ୍ୟୁ। ଜନ୍ମ ମାଟିରେ ଶୋକାକୁଳ ପରିବେଶରେ ହେଲା ଶେଷକୃତ୍ୟ। ନୟାଗଡ ବ୍ଲକ ଆନନ୍ଦାପଲ୍ଲୀ ଗାଁର ଜିତୁ ବେହେରାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବିବାହର ମାତ୍ର ୧୦ମାସ ପରେ ତାଙ୍କର ମୃତ୍ୟୁ ହୋଇଛି। ଝୁରୁଛି ନୟାଗଡ ମାଟି।

ସୂଚନା ଅନୁସାରେ କିଛି ଦିନ ତଳେ ସେ ଗାଁକୁ ଆସିଥିଲେ । ଛୁଟି କାଟି ଯିବା ପରେ ଡ୍ୟୁଟି ସମୟରେ ଛାତିରେ ଯନ୍ତ୍ରଣା ହୋଇଥିଲା । ପରେ ତାଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ମୃତଦେହ ଗାଁରେ ପହଂଚିବା ପରେ ଶୋଭାଯାତ୍ରାରେ ନିଆଯାଇଥିଲା ।

ପରେ ତୋପ ସଲାମୀ ଦିଆଯାଇଥିଲା । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଥିଲା ।

Leave A Reply

Your email address will not be published.