କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଘୋଷଣା କଲା ‘ଓ୍ବିପ୍ରୋ’

ନୂଆଦିଲ୍ଲୀ : ପ୍ରମୁଖ ଆଇଟି କମ୍ପାନୀ ଓ୍ବିପ୍ରୋ ପକ୍ଷରୁ ଡିସେମ୍ବର ପହିଲାରୁ କର୍ମଚାରୀଙ୍କ ଦରମା ବଢ଼ାଯିବ। ବାଙ୍ଗାଲୋରସ୍ଥିତ କମ୍ପାନୀ ପକ୍ଷରୁ ମାଇକ୍ରୋ ହାଇବ୍ରିଡ ଏବଂ ମାର୍ଜିନର ଚାପ ଯୋଗୁ ସେପ୍ଟେମ୍ବରରେ ହେବାକୁ ଥିବା ଦରମା ବୃଦ୍ଧିକୁ ଗୋଟିଏ ତ୍ରୈମାସିକ ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଥିଲା। ହେଲେ ଏନେଇ ନିଷ୍ପତ୍ତି ଆସନ୍ତା କିଛି ସପ୍ତାହ ମଧ୍ୟରେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ କରାଯିବ ବୋଲି ଜଣାପଡ଼ିଛି।

ଓ୍ବିପ୍ରୋର ଏଚ୍‌ଆର୍‌ ଅଫିସର ସୌରଭ ଗୋଭିଲ କହିଛନ୍ତି, ବର୍ତ୍ତମାନର କଠିନ ଏବଂ ଅନିଶ୍ଚିତ ବୈଶ୍ୱିକ ବଜାରର ସ୍ଥିତି ସତ୍ତ୍ୱେ ଆମେ ମେରିଟ ସାଲାରି ଇନକ୍ରିଜ୍‌(ଏମଏସ୍‌ଆଇ) ବ୍ୟବସ୍ଥାକୁ ଡିସେମ୍ବର ୨୦୨୩ରୁ ଆରମ୍ଭ କରିବୁ। ଆସନ୍ତା କିଛି ସପ୍ତାହରେ ବର୍ତ୍ତମାନର ଦରମା, ଦକ୍ଷତା, ପ୍ରଦର୍ଶନ ଆଧାରରେ ଯୋଗ୍ୟ କର୍ମଚାରୀଙ୍କ ଦରମା କେତେ ବଢ଼ିବ ତାହା ସ୍ଥିର କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.