ବୋହୂରାଣୀଙ୍କୁ ଅନ୍‌ଫଲୋ କଲେ ବିଗ୍‌ବି

ବମ୍ବେ: ବିଗ୍‌ବି ଅମିତାଭ ବଚ୍ଚନଙ୍କ ଘରେ ସବୁକିଛି ଠିକ୍‌ ଚାଲିନାହିଁ। କିଛି ଦିନ ଧରି ପୂଅ ତଥା ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ନେଇ ଖବର ଶୁଣିବାକୁ ମିଳୁଛି। ଏମିତିରେ ଏବେ ଅମିତାଭ ବୋହୂରାଣୀଙ୍କୁ ସୋସିଆଲ ମିଡିଆରେ ଅନ୍‌ଫଲୋ କରିବା ଘଟଣା ଚର୍ଚ୍ଚାକୁ ବଢ଼ାଇଛି।

ଇନଷ୍ଟାଗ୍ରାମରେ ଅମିତାଭଙ୍କ ଫଲୋଇଂ ଲାଲିକାରେ ଐଶ୍ୱର୍ଯ୍ୟା ନାହାନ୍ତି। ଏଣୁ ସେ ତାଙ୍କୁ ଅନଫଲୋ କରିଦେଇଛନ୍ତି। ସେହିଭଳି ଐଶ୍ୱର୍ଯ୍ୟାଙ୍କ ଫଲୋଇଂ ତାଲିକାରେ ଅମିତାଭ ନ ଥିବା ଦେଖାଯାଇଛି। ଏମିତିରେ ବଚ୍ଚନ ପରିବାରର ପୁଅବୋହୂ ଅଲଗା ହେବାକୁ ଯାଉଥିବା କୁହାଯାଉଛି। ହେଲେ ଏଯାବତ ତାଙ୍କ ପକ୍ଷରୁ ସେଭଳି କିଛି ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.