ଓଡିଶା ସ୍ଥିତି ମଜଭୁତ, ଏବେ ବି ମେଘାଳୟ ୧୨୯ ରନ ପଛରେ

ଶିଲଂ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ମେଘାଳୟ ବିପକ୍ଷରେ ଓଡିଶା ଭଲ ସ୍ଥିତିରେ ରହିଛି । ପ୍ରଭାବୀ ବ୍ୟାଟିଂ ପ୍ରଦର୍ଶନ ପରେ ଓଡିଶାର ବୋଲରମାନେ ଭଲ ବୋଲିଂ ମଧ୍ୟ ପ୍ରଦର୍ଶନ କରିଛନ୍ତି । ମେଘାଳୟ ଦ୍ୱିତୀୟ ଇନିଂସରେ ୬ ୱିକେଟ ହରାଇ ୨୨୧ ରନ ସଂଗ୍ରହ କରିଛି ।

ଯଶକୀରଟ ସିଂ ସଚଦେବା ୫୩ ଓ ୱାନାଲାମ୍ବୋକ ନୋନ ଗୋକାଲ ୧୯ ରନ କରି ଅପରାଜିତ ରହିଛନ୍ତି । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଓ ସୁନୀଲ ରାଉଲ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ମେଘାଳୟର ପ୍ରଥମ ଇନିଂସ ସ୍କୋର ୧୯୮ ରନ ଜବାବରେ ଓଡିଶା ଗୋବିନ୍ଦ ପୋଦ୍ଦାର ଓ ରାଜେଶ ଧୂପରଙ୍କ ଶତକ ବଳରେ ୭ ୱିକେଟ ବିନିମୟରେ ୫୪୮ ରନ କରି ଇନିଂସ ଘୋଷଣା କରିଥିଲା । ଗୋବିନ୍ଦ ୧୨୧ ଓ ରାଜେଶ ୧୦୨(ନଟଆଉଟ) ରନ କରିଥିଲେ ।

ନଫୀସ ସିଦ୍ଦିକ ମେଘାଳୟ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ରବିବାର ମ୍ୟାଚର ଅନ୍ତିମ ଦିବସ । ମେଘାଳୟକୁ ଇନିଂସ ପରାଜୟ କରିବା ପାଇଁ ଓଡିଶା ଯଥାସମ୍ଭବ ଉଦ୍ୟମ କରିବ । ଏଲିଟ ଗ୍ରୁପ ଏରେ ସ୍ଥାନ ପାଇଥିବା ଓଡିଶା ଏ ପର୍ଯ୍ୟନ୍ତ ୫ଟି ମ୍ୟାଚରେ ୧୦ ପଂଏଟ ହାସଲ କରି ପଂଏଟ ଟେବୁଲରେ ୫ମ ସ୍ଥାନରେ ରହିଛି । ଜମ୍ମୁ ଏବଂ କଶ୍ମୀର ୨୯ ପଂଏଟ ସହ ଶୀର୍ଷରେ ରହିଛି ।

Leave A Reply

Your email address will not be published.