ଭୁବନେଶ୍ୱରରେ ମିଶ୍ରଣ ପର୍ବରେ ଦେବଗଡ଼ର ଶତାଧିକ ନେତାଙ୍କୁ ଦଳରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ବିଜେପି ପ୍ରତି ଆସ୍ଥା ପ୍ରତିଦିନ ବଢୁଛି – ଧର୍ମେନ୍ଦ୍ର ପ୍ରଧାନ

• ବିଜେଡ଼ିର ପୂର୍ବତନ କାଉନସିଲର ସୁଜିତ୍ କୁମାର ପ୍ରଧାନ(ଟିକନୁ) ଓ ଦେବଗଡ଼ ମ୍ୟୁନିସିପାଲଟିର ପୂର୍ବତନ ଅଧ୍ୟକ୍ଷ ପ୍ରଣବ କୁମାର ପ୍ରଧାନ(ବଡ)ଙ୍କୁ ଦଳରେ ସ୍ୱାଗତ କଲେ
• କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ସାହୁ, ଦେବଗଡ ନଗର ପୂର୍ବତନ ବିଜେଡି ସଭାପତି ଦିଲ୍ଲୀପ କୁମାର ପାତ୍ର, ଦେବଗଡ ମ୍ୟୁନିସିପାଲଟିର ପୂର୍ବତନ କାଉନସିଲର ନବୀନ କୁମାର ପାଣି, ସୁଦାମ ବୁଡ, କଂଗ୍ରେସର ପୂର୍ବତନ ସରପଞ୍ଚ କ୍ଷୀରସାଗର ପ୍ରଧାନଙ୍କ ବିଜେପିରେ ଯୋଗଦାନ
• ମୋଦୀ ଗ୍ୟାରେଣ୍ଟି ଉପରେ ଆସ୍ଥା ପ୍ରକଟ କରି ଦଳରେ ମିଶିଥିବା ନୂଆ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା
• ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ଦିଗରେ ଦେବଗଡ଼ର ଅବଦାନ ଅକଳ୍ପନୀୟ
• ଆଜିର ମିଶ୍ରଣ ପର୍ବ ‘ମୋଦୀ ଗ୍ୟାରେଣ୍ଟି’ ଉପରେ ଥିବା ଦୃଢ଼ ଆଶା ଓ ଭରସାର ଏକ ଉଦାହରଣ
• ଦେବଗଡ଼ର ସ୍ୱାଭିମାନୀ ଜନତାଙ୍କ ବିଜେପିରେ ଯୋଗଦାନ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରିବ

ଭୁବନେଶ୍ୱର, ଫେବୃୟାରୀ ୦୬ – ଦେବଗଡ଼ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆସ୍ଥା କ୍ରମାଗତ ଭାବରେ ବୃଦ୍ଧି ପାଉଛି ବୋଲି ବୁଧବାର ଭୁବନେଶ୍ୱର ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଦେବଗଡ଼ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡ଼ି ଓ କଂଗ୍ରେସ ନେତା ଓ ଶତାଧିକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିବା ଅବସରରେ କହିଛନ୍ତି କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏହି ମିଶ୍ରଣ ପର୍ବରେ ଦେବଗଡ଼ର ବିଜେଡ଼ିର ପୂର୍ବତନ କାଉନସିଲର ସୁଜିତ୍ କୁମାର ପ୍ରଧାନ(ଟିକନୁ), ଦେବଗଡ଼ ମ୍ୟୁନିସିପାଲଟିର ପୂର୍ବତନ ଅଧ୍ୟକ୍ଷ ପ୍ରଣବ କୁମାର ପ୍ରଧାନ(ବଡ), କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ସାହୁ, ଦେବଗଡ ନଗର ପୂର୍ବତନ ବିଜେଡି ସଭାପତି ଦିଲ୍ଲୀପ କୁମାର ପାତ୍ର, ଦେବଗଡ ମ୍ୟୁନିସିପାଲଟିର ପୂର୍ବତନ କାଉନସିଲର ନବୀନ କୁମାର ପାଣି, ସୁଦାମ ବୁଡ, କଂଗ୍ରେସର ପୂର୍ବତନ ସରପଞ୍ଚ କ୍ଷୀରସାଗର ପ୍ରଧାନଙ୍କ ସମେତ ଆଇନଜୀବୀ, ସମାଜସେବୀ, ଚାଷୀ, ଶିକ୍ଷାବିତ, ଯୁବଶକ୍ତି, ସାମାଜିକ ନେତୃତ୍ୱଙ୍କୁ ଦଳରେ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ତଥା ମୋଦୀ ଗ୍ୟାରେଣ୍ଟି ଉପରେ ଆସ୍ଥା ପ୍ରକଟ କରି ଦଳରେ ମିଶିଥିବା ନୂଆ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଅପାର ସମ୍ଭାବନାର ଅଞ୍ଚଳ ଦେବଗଡ଼ ଏକ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, କ୍ରୀଡା ଓ ଚଷାଚାଷୀର ଅଞ୍ଚଳ । ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ଦିଗରେ ଦେବଗଡ଼ର ଅବଦାନ ଅକଳ୍ପନୀୟ । ଆଜିର ମିଶ୍ରଣ ପର୍ବ ‘ମୋଦୀ ଗ୍ୟାରେଣ୍ଟି’ ଉପରେ ଥିବା ଦୃଢ଼ ଆଶା ଓ ଭରସାର ଏକ ଉଦାହରଣ । ଆଜି ଦଳରେ ମିଶିଥିବା ଦେବଗଡ଼ ଜିଲ୍ଲାର ସ୍ୱାଭିମାନୀ ଜନତାଙ୍କ ବିଜେପିରେ ଯୋଗଦାନ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରିବ ।

ଉଲ୍ଲେଖନୀୟ ଯେ ଏହି ମିଶ୍ରଣ ପର୍ବରେ ଦେବଗଡ଼ ନିର୍ବାଚନମଣ୍ଡଳୀର ବଙ୍କିମ ପ୍ରଧାନ, ସନି ରାଉଳ, ସୁଜିତ୍ କୁମାର ପ୍ରଧାନ, ମୀନକେତନ ପ୍ରଧାନ, ନବ ବେହେରା, ପପୁ ପ୍ରଧାନ, ସୁଦାମ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ଟଙ୍କଧର ପ୍ରଧାନ, କୈବଲ ସାମଲ, ଖୀରା ସାହୁ, ଅରବିନ୍ଦ ପ୍ରଧାନ, ସୁଶିଲ ପ୍ରଧାନ, ସୁନିଲ ପ୍ରଧାନ, କୁମୁଦ ପ୍ରଧାନ, ବିରଞ୍ଚି ଦେହୁରୀ, ଲକ୍ଷ୍ମଣ ସାମଲ, ବବୁଲୁ ପ୍ରଧାନ, ପ୍ରସନ୍ନ ପ୍ରଧାନ, କୈବଲ ସାମଲ, କ୍ଷୀରସାଗର ପ୍ରଧାନ, ନବ ପ୍ରଧାନ, କିଶୋର ଚନ୍ଦ୍ର ଦାସ, ସରୋଜ ଦାସ, ପ୍ରଦୀପ ଖଡିରତ୍ନ, ବିଶେଶ୍ୱର ଦ୍ୱିବେଦୀ, ଖୀରୋଦ ବେହେରା, ସମ୍ବିତ୍ ଚନ୍ଦ୍ର ସାହୁ, ଅରବିନ୍ଦ ପ୍ରଧାନ, ସୌଭାଗ୍ୟ ଚରଣ ପ୍ରଧାନଙ୍କ ସମେତ ଅନେକ ସମର୍ଥକ ଦଳରେ ଯୋଗଦେଇଥିଲେ ।

Leave A Reply

Your email address will not be published.