ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଓଡ଼ିଶାର କିଛି ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ କଟକକୁ ରେଡ୍ ଆଲର୍ଟ ଜାରି କରାଯାଇଥିବାବେଳେ ଭୁବନେଶ୍ଵରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗରମ ଏବଂ ଗୁଳୁଗୁଳି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଉଛି। ଘରୁ ବାହାରିବା ବି ମୁସ୍କିଲ ହୋଇପଡିଛି। ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଛି ପାରଦ। ୪୧.୪ ଡିଗ୍ରୀ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

କେନ୍ଦୁଝର ୪୧,  ଭୁବନେଶ୍ୱର ୪୦.୪°,  ଝାରସୁଗୁଡା  ୩୯.୮,  ହୀରାକୁଦ: ୩୯,  ରାଉରକେଲା ୩୯,  ସମ୍ବଲପୁର ୩୮.୬,  ଚାନ୍ଦବାଲି ୩୮.୨,  ପୁରୀ ୩୩.୮ , ଗୋପାଳପୁର ୩୩.୨, ପାରାଦୀପ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସକାଳ ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଥିଲା। ୩୬ ଡିଗ୍ରୀ ସହ ବାରିପଦା ଓ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଆଦ୍ରତା ପାଖାପାଖି ୭୫ ପ୍ରତିଶତ ରହିଛି। ପୁରୀ, ଗୋପାଳପୁର ଓ ପାରାଦୀପରେ ଆଦ୍ରତା ୭୫ ପ୍ରତିଶତ ଉପରେ ରହିଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.