ପୂର୍ବ ଶତ୍ରୁତାକୁ ନେଇ ପରସ୍ପର ମଧ୍ୟରେ ମରଣାନ୍ତକ ଆକ୍ରମଣ, ୩ ଗିରଫ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ମରଣାନ୍ତକ ଆକ୍ରମଣ। ଏହି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଅନୁଯାୟୀ, ତିନି ଯୁବକ ଡୁମୁଡୁମାସ୍ଥିତ ଫେଜ-୩ ହାଟରେ ପୂର୍ବ ବିବାଦକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାର ଧମକ ଦେଉଥିଲେ।

ଏପରିକି ପରସ୍ପର ମଧ୍ୟରେ ମରଣାନ୍ତକ ଆକ୍ରମଣ ଯୋଗୁଁ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ତଳେ ପଡିରହିଥିଲେ ଅଭିଯୁକ୍ତ। ଏହି ସମୟରେ ହାତରେ ଧରିଥିବା ମାରଣାସ୍ତ୍ର ସାହାଯ୍ୟରେ ପରସ୍ପରକୁ ମରଣାନ୍ତକ ଆକ୍ରମଣ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲା ପାଟ୍ରୋଲିଙ୍ଗ ଟିମ । ଖଣ୍ଡଗିରୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପାଟ୍ରୋଲିଙ୍ଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା।

ଘଟଣାରେ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ତଳେ ପଡିଥିବା ଅଭିଯୁକ୍ତଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କଲା ପୋଲିସ । ପରେ ଖଣ୍ଡଗିରୀ ଥାନା ପୋଲିସ ଏହି ଘଟଣାର ତଦନ୍ତ କରିବା ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣା ସ୍ଥଳରୁ ଭଙ୍ଗା ସୋଢା ବୋତଲ ଏବଂ ଏକ ଛୁରୀ ଜବତ କରିଛି। ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଦୋଷ ସ୍ଵୀକାର କରିଥିଲେ। ତେବେ ଅଭିଯୁକ୍ତ ନାମରେ ଅନେକ ମାମଲା ରହିଛି। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ।
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

Leave A Reply

Your email address will not be published.